Site icon Awaj Media

ଦେବାଶିଷ ସେଠି ହତ୍ୟାକାଣ୍ଡ ମାମଲାରେ ପୋଲିସ ଡିଜି ଙ୍କୁ ଭେଟିଲେ ପରିବାର ବର୍ଗ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲା ଯମଧର ଗ୍ରାମର ଦେବାଶିଷ ସେଠି ହତ୍ୟାକାଣ୍ଡ ମାମଲାରେ ପୋଲିସ ଡିଜି ଓଡିଶାଙ୍କୁ ଭେଟିଛନ୍ତି ପରିବାର ଲୋକେ | ସୂଚନା ଥାଉକି କେନ୍ଦ୍ରାପଡ଼ା ଜିଲ୍ଲା ଯମଧର ଗ୍ରାମର ଦେବାଶିଷ ସେଠିଙ୍କୁ ଗତ ୦୪/୦୭/୨୦୨୦ ରେ ଘରୁ ୨ ଜଣ ବ୍ୟକ୍ତି ମନୋଜ ଏବଂ ପ୍ରମଥ ଡ଼ାକିନେଇ ଅତି ନିର୍ମମ ଭାବେ ହତ୍ୟାକରି ପୁରୀ ଭାର୍ଗବୀ ନଦୀ ମୁହାଣରେ ଫୋପାଡ଼ି ଦେଇଥିଲେ | ଏହି ହତ୍ୟାକାଣ୍ଡ ରାଜନଗର ଥାନାରେ କାର୍ଯ୍ୟରତ ପୋଲିସ ଏସ.ଆଇ ଚନ୍ଦ୍ରିକା ମହାପାତ୍ରଙ୍କ ନିର୍ଦେଶରେ ଏହି ହତ୍ୟା ଘଟଣା ହୋଇଥିବା ଦେବାଶିଷଙ୍କ ମା ‘ ଭାଗବତୀ ସେଠି ଅଭିଯୋଗ କରି ଏ ବାବଦରେ ପୁରୀ ବଳିଆ ପଣ୍ଡା ଥାନାରେ ଏତଲା ଦେବାପରେ ପୁରୀ ବଳିଆ ପଣ୍ଡା ଥାନା ହତ୍ୟା ମକଦ୍ଦମା ନମ୍ବର ୭୧/୨୦୨୦ ରେଜେଷ୍ଟ୍ରି କଲେ ! ହେଲେ ତଦନ୍ତ କଲେନାହିଁ କିମ୍ବା ହତ୍ୟାକାରୀ ମାନଙ୍କୁ ଗିରଫ କଲେନାହିଁ | ମୁଖ୍ୟ ହତ୍ୟାକାରୀ ଚନ୍ଦ୍ରିକା ମହାପାତ୍ର ପୋଲିସ ବିଭାଗରେ ଥିବାରୁ ପୁରୀ ବଳିଆ ପଣ୍ଡା ପୋଲିସ ଚନ୍ଦ୍ରିକା ମହାପାତ୍ରଙ୍କ ଚାପରେ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି | ଏ ବାବଦରେ ପୁରୀ ଏସପି, ପୁରୀ ଜିଲ୍ଲାପାଳ ଏବଂ ରାଜ୍ୟର ବିଭିନ୍ନ ନ୍ୟାୟିକ ବ୍ୟବସ୍ଥାରେ ଜଣେଇବା ପରେ ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହେଲାନାହିଁ | ଏ ଘଟଣାରେ ଓଡିଶା ହାଇକୋର୍ଟରେ ମାମଲା ଦାଏର କଲାପରେ ଓଡିଶା ହାଇକୋର୍ଟ କ୍ରାଇମିବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି |

Exit mobile version