Site icon Awaj Media

ବାଣପୁର ଥାନା ଅଞ୍ଚଳରେ ପରକ୍ରୀୟା ପ୍ରୀତିର କରୁଣ ପରିଣତି : ସ୍ବାମୀ କୁ ଛାଡି ସ୍ତ୍ରୀ ଫେରାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ପରକ୍ରୀୟା ପ୍ରୀତିର କରୁଣ ପରିଣତି ! ସ୍ବାମୀ ଥାଉ ଥାଉ ସ୍ତ୍ରୀ ଫେରାର ହୋଇ ଯାଇଥିବାର ଜଣା ପଡ଼ିଛି । ଘଟଣାରୁ ଜଣାଯାଇଛି ଯେ , ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ଗ୍ରାମର ମିତୁ ପ୍ରଦାନ ୭ ମାସ ତଳେ ଗଞ୍ଜାମ ଜିଲ୍ଲା ଝାଟି ପଦର ଗ୍ରାମର ମାମାଲି ପ୍ରଧାନ (୧୯) କୁ ବିବାହ କରିଥିଲେ । ୧୩ ତାରିଖ ଦିନ ବାଣପୁର ପଞ୍ଚୁଦୋଳ ମେଳଣ ପର୍ବ ଚାଲିଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ଯାତ୍ରା ଦେଖିସାରି ଘରକୁ ଫେରିଥିଲେ । ଘରେ ଥିବା ସମୟରେ ତାଙ୍କ ସ୍ଵାମୀ ମିତୁ ପ୍ରଦାନ କୈାଣସି ଏକ ଜରୁରୀ କାମ ପାଇଁ ଗାଁ ଭିତରୁ ଯାଇଥିଲେ । କାମ ସାରି ଘରକୁ ଫେରି ଦେଖନ୍ତି ତ ତାଙ୍କ ସ୍ତ୍ରୀ ଘରେ ନାହାନ୍ତି । ନିଜ ରୁମକୁ ଯାଇ ଦେଖନ୍ତିତ ଆଟାଜ ଓ ବସ୍କ ଭାଙ୍ଗି ହୋଇ ପଡ଼ିଛି । ଆଟାଜ ଭିତରେ ଥିବା ସୁନା ଗହଣା ଓ ଟଙ୍କା ତାଙ୍କ ସ୍ତ୍ରୀ ନେଇ କୁଆଡେ ଫେରାର ହୋଇ ଯାଇଥିବାର ସନ୍ଦେହ କରି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ଜଣା ପଡ଼ିଛି । ସ୍ତ୍ରୀ ମାମାଲି ୭ ମାସର ଗର୍ଭବତୀ ଥିବାର ତାଙ୍କ ସ୍ବାମୀ ମିତୁ କହିଛନ୍ତି ।

Exit mobile version