Site icon Awaj Media

ବାଲୁଗାଁ ସରନଇ ଗାଁ ଦାଣ୍ଡରେ ଚାଲିଥିଲା ଅବୈଧ ଚୋରା ମଦ ବିକ୍ରି : ତାତିଲେ ମହିଳା ଭାଙ୍ଗିଲେ ଆଡ୍ଡାସ୍ଥଳୀ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗାଁ ଦାଣ୍ଡରେ ଚାଲିଥିଲା ଅବୈଧ ଚୋରା ମଦ ବିକ୍ରି । ପ୍ରତିଦିନ ସେଠି ମଦ ପିଇ ମଦୁଆ ଗୋଷ୍ଠୀ ହେଉଥିଲେ ମାତାଲ ଓ ଘରେ ଘରେ ଲାଗୁଥିଲା କଳି ଝଗଡା । ନିରୀହ ତରୁଣ ଓ ଯୁବ ଗୋଷ୍ଠୀ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଥିବା ଦେଖି ବାରମ୍ବାର ଗ୍ରାମରେ ଓ ପରେ ପରେ ପୋଲିସ କୁ ଜଣାଇଥିଲେ ମଧ୍ୟ କିଛି ପ୍ରଭାବ ପଡୁନଥିବା ବେଳେ ଗତକାଲି ନିମିକ୍ଷେତା ଓ ସରନଇ ଗ୍ରାମ ର ମହିଳା ମାନେ ମିଶି ବିରୋଧ କରିବା ସହିତ ମଦକୁ ନଷ୍ଟ କରୀ , ମଦ ବିକ୍ରି କରୁଥିବା ଘରକୁ ଭାଙ୍ଗି ନଷ୍ଟ କରି ଦେଇଛନ୍ତି l ଏଠି ପ୍ରଶ୍ନ ଉଠୁଛି ସେହି ଗ୍ରାମରେ ବାରମ୍ବାର ମଦ ବିକ୍ରି ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେଠାକୁ ଯାଇ ନିରାଶ ହୋଇ ଖାଲି ହାତରେ ବାରମ୍ଭାର ଫେରି ଆସିବା ପୋଲିସ୍ ପ୍ରଶାସନ ପ୍ରତି ଆଙ୍ଗୁଠି ନିର୍ଦେଶ କରିବାକୁ ବାଧ୍ୟ କରୁଛି। ଯେଉଁଥିପାଇଁ ମଦ ମାଫିଆ ଙ୍କ ପ୍ରାଦୁର୍ଭାବ ବଢିବା ସହିତ ଦାଦାଗିରି ମଧ୍ୟ ବଢ଼ି ଚାଲିଛି । ଫଳରେ ଗାଁ ର ଝିଅ ବୋହୁ ମାନେ ବିରୋଧ କଲେ ଜୀବନରେ ମାରିଦେବେ ବୋଲି ଧମକ ମିଳୁଥିବାର ବି ଅଭିଯୋଗ କରିଛନ୍ତି । ସେଥି ପାଇଁ ଶେଷରେ ନାରୀଶକ୍ତି ର ଅଭ୍ୟୁଦୟରେ ଆଜି ଭାଙ୍ଗି ନଷ୍ଟ ହୋଇ ଯାଇଅଛି ମଦ ର ଆଡ୍ଡା ସ୍ଥଳୀ ।

Exit mobile version