Site icon Awaj Media

ପୁରୁଣାପାଣି ଗ୍ରାମରେ ପାରିବାରିକ କଳହ ରୁ ତୁମୁଳ କାଣ୍ଡ : ଯୁବକଙ୍କ ଆକ୍ରମଣରେ ଗର୍ଭବତୀ ମହିଳା ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଯୁବକଙ୍କ ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ସହିତ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି ! ସୂଚନା ମୁତାବକ ପୁରୁଣାପାଣି ଗ୍ରାମରେ ଗ୍ରାମର ବୁଦ୍ଧିଆ ମୁଣ୍ଡାଙ୍କ ଶାଳୀ ମିଲି ମୁଣ୍ଡାଙ୍କୁ ତାଙ୍କ ଶଳା ଶିବ ମୁଣ୍ଡା ମାଡ ମାରୁଥିବା ବେଳେ ତାହାକୁ ବୁଦ୍ଧିଆ ମୁଣ୍ଡା ବିରୋଧ କରିବାରୁ ଶିବ ମୁଣ୍ଡା ରାଗର ବଶବର୍ତ୍ତୀ ହୋଇ ଏକ ଶିଳୁପୁତାରେ ବୁଦ୍ଧିଆ ମୁଣ୍ଡାଙ୍କ ମୁଣ୍ଡର ପଛ ପାର୍ଶ୍ୱକୁ ଆଘାତ କରିଥିଲେ ! ବୁଦ୍ଧିଆ ମୁଣ୍ଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇ ଚିତ୍କାର କରୁଥିବା ତାଙ୍କ ଗର୍ଭବତୀ ସ୍ତ୍ରୀ ଶୁଭଦ୍ରା ମୁଣ୍ଡା ଘର ମଧ୍ୟରୁ ବାହାରି ଆସି ବୁଦ୍ଧିଆ ମୁଣ୍ଡାଙ୍କ ପାଖକୁ ଦୌଡ଼ି ଯିବାବେଳେ ଶିବ ମୁଣ୍ଡା ପୁନର୍ବାର ବୁଦ୍ଧିଆ ମୁଣ୍ଡାଙ୍କ ଗର୍ଭବତୀ ସ୍ତ୍ରୀ ଶୁଭଦ୍ରା ମୁଣ୍ଡାଙ୍କ ତଳି ପେଟକୁ ଏକ ଗୋଇଠା ମାରିଥିଲା । ଶିବ ମୁଣ୍ଡାଙ୍କ ଆକ୍ରମଣରେ ବୁଦ୍ଧିଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଶୁଭଦ୍ରା ମୁଣ୍ଡା ଗୁରୁତର ଆହତ ହେବା ପରେ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ! ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କର ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାକୁ ନେଇ ବୁଦ୍ଧିଆ ମୁଣ୍ଡାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ସୁକିନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି ।

Exit mobile version