Site icon Awaj Media

ମିସ୍ତ୍ରୀଙ୍କର ସନ୍ଦେହ ଜନକ ମୁତ୍ୟୁ : ପୋଲିସର ତଦନ୍ତ ଜାରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ସ୍ଥିତ ଏକ ଘରୋଇ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀଙ୍କର ସନ୍ଦେହ ଜନକ ମୁତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା ଗ୍ରାମର ସୁନିଆ ମଲ୍ଲିକଙ୍କ 40 ବର୍ଷିୟ ପୁଅ ଶରତ ମଲ୍ଲିକ ଆଜି ହରିପୁର ରାସ୍ତା କଡ଼ରେ ଥିବା ଏକ ଘରୋଇ ସଂସ୍ଥାକୁ ସିମେଣ୍ଟ ମିସ୍ତ୍ରୀ ଭାବେ କାର୍ଯ୍ୟ କରିବା ପାଇଁ ଆସି କାର୍ଯ୍ୟ କରୁଥିବା ସମୟରେ ତାଙ୍କର ଦେହ ଅସୁସ୍ଥ ହୋଇ ଚେତା ଶୂନ୍ୟ ହୋଇ ଯାଇଥିଲେ । ପାଖରେ ଥିବା କର୍ମଚାରୀ ମାନେ ଏହା ଦେଖି ଶରତ ମଲ୍ଲିକଙ୍କୁ ତୁରନ୍ତ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଶରତ ମଲ୍ଲିକଙ୍କୁ ମୃତ ଘୋଷଣା କରିଥିଲେ । ଶରତ ମଲ୍ଲିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରର ଡାକ୍ତର ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସୁକିନ୍ଦା ପୋଲିସ ସୂଚନା ପାଇ ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛି ।

Exit mobile version