Site icon Awaj Media

ଆକ୍ସନ ମୁଡ ରେ ନିଶ୍ଚିନ୍ତକୋଇଲି ପୋଲିସ : ୪ କୁଖ୍ୟାତ ଗାଡ଼ି ଚୋର ଙ୍କୁ କୋର୍ଟ ଚାଲାଣ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଗତ ୧୪ ତାରିଖ ଦିନ ରାତି ରେ ନିଶ୍ଚିନ୍ତକୋଇଲି ଥାନା ପିପି କଲେଜ ପାଖ ରେ ଥିବା ଲକ୍ଷ୍ମୀପ୍ରିୟା ନାୟକ ଙ୍କ ବୋଲେରୋ ଗାଡି ଟି ଘର ସମ୍ମୁଖ ରେ ଥୁଆ ହୋଇଥିବା ବୋଲର ଗାଡ଼ିକୁ ଦୁର୍ବୁତ୍ତ ଚୋରି କରି ନେଇ ଯାଇଥିଲେ । ଏନେଇ ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ କରିଥିଲେ ଗାଡି ମାଲିକ । ଅଭିଯୋଗ କୁ ଭିତ୍ତି କରି ନିଶ୍ଚିନ୍ତକୋଇଲି ପୋଲିସ ସିସିଟିଭି ରେ ଥିବା ଚୋରି ଭିଡିଓ ଫୁଟେଜ କୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ରୁ ଜାଣିବାକୁ ପାଇଥିଲେ ଉକ୍ତ ଚୋରି ହୋଇଥିବା ବୋଲେରୋ ଗାଡ଼ି ଭଦ୍ରକ ଜିଲ୍ଲାର ରଖାଯାଇଛି। ଭଦ୍ରକ ରେ ନିଶ୍ଚିନ୍ତକୋଇଲି ପୋଲିସ ଚଢ଼ାଉ କରିଥିଲା , ସେଠାରୁ ଦୁଇଟି ଗାଡି ଜବତ କରିବା ସହିତ ସମ୍ପୁକ୍ତ ଥିବା ଡ଼କାୟତ ଗ୍ୟାଙ୍ଗକୁ ନିଶ୍ଚିନ୍ତକୋଇଲି ପୋଲିସ ଧରିବାରେ ସଫଳ ହୋଇଛି । ୩ ଜଣ ଡକାୟତ ଓ ଜାଣେ ନାବାଳକ ଏହି ଘଟଣାରେ ଧରା ପଡିଛନ୍ତି । ନାବାଳକକୁ ଛାଡି ଅନ୍ୟ ତିନିଜଣ ହେଲେ ଭଦ୍ରକ ଅଞ୍ଚଳର ଏସ କେ ଅବୁ ରାଜା ଓ ସୁକଦେଵ ମଳିକ ଏବଂ ନିଶ୍ଚିନ୍ତକୋଇଲି ଅଞ୍ଚଳର ମାରୁତି ବେହେରା । ଏମାନଙ୍କ ଠାରୁ ଦୁଇଟି ବୋଲେରୋ ଗାଡି ଜବତ ହୋଇଛି । ସେଥି ମଧ୍ୟରୁ ଗୋଟିଏ ଗାଡିକୁ ସମ୍ପୂର୍ଣ ଭାବେ ସେମାନେ କାଟି ଦେଇଛନ୍ତି । ଏମାନଙ୍କ ସମ୍ପୂର୍ଣ୍ଣ ଗ୍ୟାଙ୍ଗକୁ ପୋଲିସ ଧରିବାକୁ ଚେଷ୍ଟା ଚଳାଇଛି ବୋଲି ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି । ଏନେଇ ନିଶ୍ଚିନ୍ତକୋଇଲି ଥାନା ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ଏସଡିପିଓ ବିମଳ କୁମାର ବାରିକ ସ୍ପଷ୍ଟ କରିଛନ୍ତି । ଧରା ଯାଇଥିବା ଗାଡ଼ି ଲୁଟେରା ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version