Site icon Awaj Media

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦୁଇ ଗିରଫ , ୧୦୦ ଲିଟର ଦେଶୀ ମଦ ସମେତ ଦୁଇ ବାଇକ୍ ଜବତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ର ବାଲୁଗାଁ, ବାଣପୁର, ଚିଲିକା ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢିବାରେ ଲାଗିଛି । ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରି ଗିରଫ କରାଗଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହାନ୍ତି ଚୋରା ଦେଶୀ ମଦ ବ୍ୟବସାୟୀ । ଆଜି ସକାଳୁ ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢାଉ କରି ଦୁଇଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ , ଦୁଇଟି ବାଇକ୍ ଜବତ କରିଛି ! ସୂଚନା ମୁତାବକ ଆଜି ସକାଳୁ କୌଣସି ସୂତ୍ର ରୁ ଚୋରା ଦେଶୀ ମଦ କାରବାର ହେଉଥିବାର ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବାଣପୁର ଥାନା ଅନ୍ତର୍ଗତ ଭାଗିରଥିପୁର ଗ୍ରାମର ସୁଶାନ୍ତ ଦାସ (୨୦) ଙ୍କ ନିକଟରୁ ୬୦ ଲିଟର ଓ ଭେଟେଶ୍ୱର ଗ୍ରାମର ମନୁ ପ୍ରଦାନ (୪୯) ଙ୍କ ନିକଟରୁ ୪୦ ଲିଟର ଚୋରା ଦେଶୀ ମଦ ସମେତ ଦୁଇଜଣ ନିକଟରୁ ଦୁଇଟି ବାଇକ୍ ଜବତ କରିବା ସହିତ ତାଙ୍କ ବିରୁଦ୍ଧରେ ପିଆର କେସ ନମ୍ବର ୧୮୭ ଓ ୧୦୭/ ୨୨-୨୩ ରେ ଦୁଇଗୋଟି ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇସିଛି ! ଏହି ଚଢାଉରେ ଟାଙ୍ଗୀ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନା, ଅବକାରୀ କର୍ମଚାରି ଓ ଜିଲ୍ଲା ମୋବାଇଲ ଷ୍ଟାଫ୍ ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version