Site icon Awaj Media

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଗଞ୍ଜେଇ ଜବତ ଅଭିଯୁକ୍ତ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ଆଜି ସକାଳେ ଚୋରା ଗଞ୍ଜେଇ କାରବାର ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ବାଣପୁର ବାଲୁଗାଁ ରୋଡ ମେଘାମ୍ବରି ମନ୍ଦିର ନିକଟରେ ଚଢ଼ାଉ କରାଯାଇ ବାଣପୁର ନାରଣଡିହ ଗ୍ରାମର ପ୍ରକାଶ ଚନ୍ଦ୍ର ପଣ୍ଡା (୬୨)ଙ୍କୁ ଗିରଫ କରି ତାଙ୍କ ନିକଟରୁ ୪କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ତାଙ୍କ ବିରୁଦ୍ଧରେ ପିଆର କେସ ନମ୍ବର ୧୨/୨୦୨୩-୨୪ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନା ସୂଚନା ଦେଇଛନ୍ତି ।

Exit mobile version