Site icon Awaj Media

ଭୂତଙ୍କ ସଭାପତିଙ୍କୁ ଥାଳି ବାଟି କମ୍ବଳ ସାହା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ବନ୍ଧାହେଲେ ଭୂତଙ୍କ ସଭାପତି ବିପିନ ! ୪ ଲକ୍ଷ ୨ ଜଣ ଭୂତଙ୍କ ସଭାପତି କହି କିଛିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଜଣେ ବ୍ୟକ୍ତିଙ୍କୁ ସଦର ଥାନା ପୁଲିସ ଗିରଫ କରିଛି । ଗିରଫ ଜଣକ ହେଲେ ସ୍ଥାନୀୟ ନନ୍ଦପୁର ଗ୍ରାମର ବିପିନ କୁମାର ରାଉତରାୟ । ସୂଚନା ଅନୁସାରେ, ବିପିନଙ୍କ ନାମରେ ପୂର୍ବରୁ ଦୁଇଟି କେଶ ରେ ୱାରେଂଟ ରହିଥିଲା । ବିପିନ ପୁଲିସକୁ ଚକମା ଦେବାରେ ମାହିର ହୋଇଥିବା ବେଳେ ତାଙ୍କୁ ଗିରଫ କରିବାର ସଦର ପୁଲିସକୁ ସଫଳତା ମିଳିଛି । ବିପିନ ଅପରାହ୍ନ ସମୟରେ ନନ୍ଦପୁର ଆସିଥିବା ବେଳେ ପୁଲିସ ତାଙ୍କୁ ସେଠାରୁ ଗିରଫ କରିଥିବା ଥାନା ଅଧିକାରୀ ବିଦିତା ନାୟକ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ବଗଳା ମୁଖୀ ସାଧନା କରୁଥିବା ସାଧକ କହି ସୋସିଆଲ ମିଡିଆରେ କିଛି ଦିନ ହେବ ଭୁତ ଗପ କହି ଚର୍ଚ୍ଚାରେ ରହିଥିଲେ ବିପିନ । ଏମିତିକି ଭୁତ ନାଁରେ ଆଇମା କାହାଣି କହି ନିଜକୁ ଭୁତ ମାନଙ୍କ ସଭାପତି କହୁଥିଲେ ବିପିନ । ମଶାଣୀ ଭିତରେ ୧୫ ମିନିଟ ମନ୍ତ୍ର ପଢିବା ପରେ ୪୦ ଲକ୍ଷ ଭୁତ ଆସିଲେ । ଭୁବନେଶ୍ୱର କୁ ୪୫ ମିନିଟ ପାଇଁ ଅନ୍ଧାର କରିଥିଲି । ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ପ୍ରେତାତ୍ମା ଆସି ତାଙ୍କୁ ସାହାର୍ଯ୍ୟ ମାଗିବା କହି ସୋସିଆଲ ମିଡିଆରେ ଚର୍ଚ୍ଚରେ ଥିଲେ । ଭୁତ ବାହାନାରେ ଜଣେ ବ୍ୟକ୍ତିଙ୍କ ଚରିତ୍ର ସଂହାର କରିବା ଘଟଣାକୁ ସବୁ ମହଲରେ ନିନ୍ଦା କରା ଯାଉଥିବା ବେଳେ ୱାରେଂଟରେ ଥିବା ଭୁତ ସଭାପତି ବିପିନ ଗିରଫ ହୋଇଛନ୍ତି ।

Exit mobile version