Site icon Awaj Media

ବେଆଇନ ବାଲି ଉଠାଣ ବେଳେ ତହସିଲଦାର ଙ୍କ ଚଢ଼ାଉ : ଘଟଣା ସ୍ଥଳରୁ ଫେରାର ହୋଇଗଲେ ଖଣି ମାଫିଆ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଦୀକ୍ଷିତପଡ଼ା କଂସାରି ନଦୀରୁ ବେଆଇନ ବାଲି ଉଠାଣ ବେଳେ ତହସିଲଦାର ଙ୍କ ଚଢ଼ାଉ ! ଘଟଣା ସ୍ଥଳରୁ ଫେରାର ହୋଇଗଲେ ଖଣି ମାଫିଆ ! ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ଦୀକ୍ଷିତପଡ଼ା କଂସାରି ନଦୀରୁ ଦୀର୍ଘଦିନ ଧରି କିଛି ମୁଷ୍ଟିମେୟ ଲୋକ ବେଆଇନ ଭାବେ ଜେସିବି, ଟ୍ରାକ୍ଟର ଏବଂ ହେଡଲୋଡ ମାଧ୍ୟମରେ ପାରିକଂସାରି, କୋଶୋଡି, ଆଙ୍କୁଲା, ଖଣତ, ବିଷ୍ଣୁଡିହ ଏବଂ ବାଲୁଗାଁ ଅଞ୍ଚଳରେ ଚୋରା ବାଲି ଉଠାଉଛନ୍ତି । ସରକାରୀ ବେଆଇନ ଲଘୁ ଖଣିଜ ପଦାର୍ଥ କୁ , ଦିନ ହେଉ କିମ୍ବା ରାତିରେ ଲୁଟୁଛନ୍ତି ଖଣି ମାଫିଆ । ଆଗରୁ ବାଣପୁର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ କଂସାରି ନଦୀର ବାଲିକୁ ଦୀକ୍ଷିତପଡ଼ା ଗ୍ରାମର କିଛି ଲୋକଙ୍କୁ ଲିଜ ଆକାରରେ ଦିଆ ଯାଉଥିଲା । କିନ୍ତୁ ଆଜିକୁ ଦୀର୍ଘ ବର୍ଷ ଧରି ସରକାରୀ ନିୟମ ଅନୁସାରେ ଲିଜ ବନ୍ଦ ରହିଛି । ଏହାକୁ କିଛି ଲୋକ ରୟେଲଟି ଆକାରରେ ଅର୍ଥନେଇ କଂସାରି ନଦୀର ବାଲି କାରବାର କରୁଛନ୍ତି । ଏହା ଫଳରେ ଲକ୍ଷ ଲକ୍ଷ ଟଙ୍କାର ସରକାର ରାଜସ୍ବ ହରାଉଥିବା ବେଳେ ଏକର ଏକର ସରକାରୀ ଜାଗାକୁ କିଛି ସ୍ଥାନୀୟ ଲୋକ ସୁଯୋଗ ନେଇ ନିଜ ଅକ୍ତିଆର କରିଥିବା ନଜିର ରହିଛି । ଶୁକ୍ରବାର ଦୀକ୍ଷିତ ପଡ଼ା କଂସାରି ନଦୀରୁ ଚୋରା ବାଲି କାରବାର ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ବାଣପୁର ତହସିଲ ଦାର କୁଞ୍ଜବିହାରୀ ବଡ଼ଜେନା ଚଢ଼ାଉ କରିଥିଲେ । ଏ ସମ୍ପର୍କରେ ଆମ ପ୍ରତିନିଧି ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଚଢାଉ ସମୟରେ ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଛନ୍ତି । ଆଜି ପୁଣି ଥରେ ମାଫିଆ ମାନେ ତହସିଲଦାରଙ୍କ ଗତି ପଥକୁ ନଜର କରି ସୁଯୋଗ ନେଇ କଂସାରି ନଦୀରୁ ବାଲି କାରବାର କରୁଥିବାର ସୂଚନା ମିଳିଛି । ଏ ଦିଗରେ ତହସିଲଦାର ଦୃଢ଼ କାର୍ଯ୍ୟନୁଷ୍ଟାନ ନିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

Exit mobile version