Site icon Awaj Media

ବୋତଲଣ୍ଡା ଗ୍ରାମରେ ନିର୍ବାଚନୀ ହିଂସାରେ ଯୁବକ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଗ୍ରାମରେ ନିର୍ବାଚନୀ ହିଂସା ଘଟି ଗ୍ରାମର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ! ସୂଚନା ମୁତାବକ ଆଜି ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଧିନସ୍ଥ ୱାର୍ଡ ରେ ନିର୍ବାଚିତ ପ୍ରାର୍ଥୀ ଙ୍କ ନାମ ଘୋଷଣା ହୋଇଛି । ଏହି ନିର୍ବାଚନକୁ କେନ୍ଦ୍ର କରି ବୋତଲଣ୍ଡା ଗ୍ରାମରେ ନିର୍ବାଚନୀ ହିଂସା ଘଟିଥିବା ଦେଖିବାକୁ ମିଳିଥିଲା । ନିର୍ବାଚନୀ ହିଂସାରେ ବୋତଲଣ୍ଡା ଗ୍ରାମର ପ୍ରଶାନ୍ତ କୁମାର ସ୍ବାଇଁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପରିବାର ଲୋକେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ! ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି !

Exit mobile version