ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଗ୍ରାମରେ ବିଜେଡି ବିଜେପି ଗୋଷ୍ଠୀ କନ୍ଦଳ । ସୂଚନା ମୁତାବକ ଦୁଦୁଝରୀ ପଞ୍ଚାୟତ ବୋତଲଣ୍ଡା ଗ୍ରାମରେ ୱାର୍ଡ ମେମ୍ବର ଭୋଟ ପାଇ ବିଜେପି ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ୱାର୍ଡ ମେମ୍ବର ଭୋଟରେ ବିଜେଡି ପ୍ରାର୍ଥୀ ଅମାନତ ହାରି ଯାଇଥିଲେ । ଏହି ଭୋଟରେ ବିଜେପି ର ପ୍ରାର୍ଥୀ ବାସୁଦେବ ରାଉତ ଜିତି ଥିବାରୁ ଏବଂ ବିଜେଡିର ପ୍ରାର୍ଥୀ ବିଶ୍ଵଜିତ ସ୍ୱାଇଁ ହାରି ଥିବାରୁ , ପ୍ରଶାନ୍ତ ସ୍ୱାଇଁ ଙ୍କୁ ଗୁରୁତର ଆକ୍ରମଣ କରିଥିଲେ ବୋତଲଣ୍ଡା ଗ୍ରାମର ବିଜେଡି ଦଳର ବାବୁଲି ସ୍ୱାଇଁ, ତାଙ୍କ ବଡ ପୁଅ ଚିକୁନୁ, ଅନିଲ ! ନିଜେ ପ୍ରାର୍ଥୀ ବିଶ୍ଵଜିତ ସ୍ୱାଇଁ , ପ୍ରଶାନ୍ତ ସ୍ୱାଇଁ ଙ୍କୁ ମାଡ ମାରି ଦୁଇ ଗୋଡ ଭାଙ୍ଗି ଦେଇଥିଲେ । ପ୍ରଶାନ୍ତ ସ୍ୱାଇଁ ର ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡିକାଲ ରେ ଭର୍ତ୍ତି କରିଛନ୍ତି । ଘଟଣା ସମ୍ପର୍କରେ ଏବେ ସୁକିନ୍ଦା ଥାନା ରେ ଅଭିଯୋଗ ହୋଇନାହିଁ ବୋଲି ଗୁରୁତର ଆହାତ ଙ୍କ ପରିବାର ଲୋକେ କହିଛନ୍ତି । ଯଥାଶୀଘ୍ର ଥାନା ରେ ଅଭିଯୋଗ କରିବେ ଏବଂ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପାଇଁ ଦାବି ହୋଇଛି ବିଜେପି ପକ୍ଷରୁ । ଗୁରୁତର ଆହତ ଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି।
ବୋତଲଣ୍ଡା ଗ୍ରାମରେ ନିର୍ବାଚନୀ ହିଂସା : ବିଜେପି – ବିଜେଡି କର୍ମୀ ମୁଁହାମୁହିଁ !!!

