Site icon Awaj Media

ଦମ ଦେଖାଇଲା ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ !!!

Spread the love

ନିଆଳି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ କମିଟିର ନିର୍ଦ୍ଦେଶ କ୍ରମେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ସାଧାରଣ ସମ୍ପାଦକ କାହ୍ନl ନାୟକଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ଟିମ କଟକ ଜିଲ୍ଲା ନିଆଳି ଥାନା ଅଧିକାରୀ ବିଜୟ ମଲିକଙ୍କୁ ସାକ୍ଷାତ କରି ସାମ୍ବାଦିକଙ୍କୁ ଆକ୍ରମଣ ନେଇ ଆଲୋଚନା କରିଛନ୍ତି । ସୂଚନା ଯୋଗ୍ୟ କି,କଟକ ଜିଲ୍ଲା ନିଆଳି ଟାଇମସ ଓଡ଼ିଆ ପ୍ରତିନିଧି ବିନୟ କୁମାର ମହାପାତ୍ରଙ୍କୁ ହତ୍ୟା ଧମକ ଓ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁ ନଥିବାରୁ ମହାସଂଘ ପକ୍ଷରୁ ଗିରଫ ନେଇ ପ୍ରତିବାଦ କରାଯାଇଥିଲା ! ନିଆଳି ଥାନା ଆଇଆଇସି ଏବଂ କଟକ ଜିଲ୍ଲା ଏସପି , ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟଙ୍କୁ , ଅଭିଯୁକ୍ତକୁ ଗିରଫ କରିବା ନେଇ ନିର୍ଭର ପ୍ରତିଶୃତି ଦେବା ପରେ ସଂଘର ସଦସ୍ୟ ମାନେ ଆନ୍ଦୋଳନରୁ ଓହରିଥିଲେ ।

Exit mobile version