Site icon Awaj Media

ବାଣପୁରରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ବିବାହିତା ମହିଳାଙ୍କୁ ଅପହରଣ କରିନେଇ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ବନ୍ଦୀ କରି ରଖିବା ସହ ତାଙ୍କୁ ଲଗାତାର ଦୁଷ୍କର୍ମ କରିବା ଅଭିଯୋଗରେ ମଙ୍ଗଳବାର ବାଣପୁର ପୋଲିସ ଅପହୃତାଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ବାଣପୁର ଥାନା ତୁମୁରାପୁଟ ପଞ୍ଚାୟତର ଜଣେ ମହିଳା ମୋନାଲି (ଛଦ୍ମନାମ) ଙ୍କୁ ନିକଟସ୍ଥ ରତନପୁର ଗ୍ରାମର ଜିତୁ ବେହେରା ଅପହରଣ କରି ନେଇଥିବା ତାଙ୍କ ଶାଶୁ ବାଣପୁର କୋର୍ଟରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ଘଟଣାର ତଦନ୍ତ କରିବା ପାଇଁ ମାନ୍ୟବର ଅଦାଲତ ବାଣପୁର ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅପହରଣକୁ ପ୍ରାୟ ଛଅ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ଅପହୃତା କିମ୍ବା ଅପହରଣକାରୀ ଜିତୁ ର କୌଣସି ସନ୍ଧାନ ପାଇ ପାରି ନଥିଲା । ସେପଟେ ମୋନାଲିଙ୍କୁ ଅପହରଣ କରିନେଇ ଜିତୁ ବେଙ୍ଗାଲୁରୁ ସମେତ ବିଭିନ୍ନ ସ୍ଥାନରେ ବନ୍ଦୀ କରି ରଖିବା ସହ ଦୁଷ୍କର୍ମ କରିଥିଲା । ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ବାଣପୁର ପୋଲିସ ବାଲେଡିହ ଗ୍ରାମରେ ଚଢ଼ାଉ କରି ଅପହୃତା ମୋନାଲିଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ଜିତୁ କୁ ଗିରଫ କରିଥିଲା। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Exit mobile version