Site icon Awaj Media

କୁଡ଼ିଆ ଘରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ : ୬ ଜଣ ମାଫିଆ ଫେରାର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର କନ୍ଧମାଳ ଜିଲ୍ଲା ଏବେ ଗଞ୍ଜେଇ ମାଫିଆ ମାନଙ୍କ ଚରା ଭୂଇଁ ପାଲଟିଛି। କିଛି ଦିନ ହେବ ଏହି ଜିଲ୍ଲାରୁ ବାହାର ରାଜ୍ୟ ଓ ଅନ୍ୟ ଜିଲ୍ଲା ମାନଙ୍କୁ ନିୟମିତ ଭାବରେ ଗଞ୍ଜେଇ ଚାଲାଣ ହେଉଛି। ଶତକଡା ୧୦୦ ରୁ ୫୦ ପ୍ରତିଶତ ମାଫିଆ ଚାଲାଣ ସମୟରେ ପୁଲିସ ହାତରେ ଧରାପଡି ଜେଲ ଯାଉଥିବା ବେଳେ ଅଧିକାଂଶ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଉଛନ୍ତି। ବିଗତ ଦିନମାନଙ୍କରେ ଏହି ଅଞ୍ଚଳରେ ଜିଲ୍ଲା ପୁଲିସ ମୁଖିଆଙ୍କ ନିର୍ଦେଶକ୍ରମେ ଗଞ୍ଜେଇ କାରବାର ଓ ଗଞ୍ଜେଇ ଚାଷକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। ଏହାସହ କିଛି ମାସ ତଳେ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଅଞ୍ଚଳରେ ବେଆଇନ ଭାବରେ ଚାଷ ହୋଇଥିବା କୋଟି କୋଟି ଟଙ୍କାର ଗଞ୍ଜେଇ ଗଛଗୁଡିକୁ କାଟି ନଷ୍ଟ କରିଛନ୍ତି। ତଥାପି ଏହି ଅଞ୍ଚଳରୁ ଗଞ୍ଜେଇ କାରବାର କମିବାର ନାଁ ଧରୁନାହିଁ। ଏହି ପରିପ୍ରେକ୍ଷୀରେ ପୁଣି ଥରେ ଫିରିଙ୍ଗିଆ ପୁଲିସ ବଡ଼ ଗଞ୍ଜେଇ ଚାଲାଣ ରୋକିବାରେ ସଫଳ ହୋଇଛି। ଏଥର ମଧ୍ୟ ପୁଲିସକୁ ଚକମା ଦେଇ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ୫୨୯ କିଲୋ ୨୦୦ ଗ୍ରାମ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୁଲିସ।ପୁଲିସର ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍ ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଞ୍ଚାୟତ ତଳ ଟାମଟିଙ୍ଗିଆ ଗାଁ ପାଖ ରାସ୍ତା ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଥିବା ଏକ କୁଡ଼ିଆ ଘରେ ଚଢ଼ାଉ କରିଥିଲେ। ପୁଲିସ ଆସିବାର ଖବର ପାଇ ମାଫିଆମାନେ କୁଡ଼ିଆ ମଧ୍ୟରେ ଗଞ୍ଜେଇ ଭର୍ତ୍ତି ବସ୍ତା ଛାଡି ଫେରାର ହୋଇ ଯାଇଥିବା ବେଳେ ପୁଲିସ ୨୧ଟି ବ୍ୟାଗରେ ଭର୍ତ୍ତି ହୋଇଥିବା ଏହି ଗଞ୍ଜେଇକୁ ଜବତ କରିଥିଲେ। ଅନ୍ୟପଟେ ଏହି ଘଟଣାରେ ପୁଲିସ ଫେରାର ହୋଇଯାଇଥିବା ମାଫିଆ ମାନଙ୍କୁ ଚିହ୍ନଟ କରିସାରିଥିବା ସୂଚନା ଦେଇଥିବା ବେଳେ ସମସ୍ତ ମାଫିଆ ତଳଟାମଟିଙ୍ଗିଆ ଗାଁର ବୋଲି ଜଣାପଡିଛି। ଏହି ଘଟଣାରେ ଫିରିଙ୍ଗିଆ ଥାନରେ କେଶ ନଂ.୮୪/୨୦୨୩ ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯିବା ସହ ଫେରାର ମାଫିଆମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Exit mobile version