Site icon Awaj Media

ଟାଙ୍ଗୀ ଅବକାରୀ ବିଭାଗର ଚଢ଼ାଉ : ୩୦ଗ୍ରାମ ଧଳା ଜହର ଜବତ ଜଣେ ଗିରଫ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ଥାନା ରେଞ୍ଜ ଅଧିନ ଛଣଗିରି ଗ୍ରାମରେ ଟାଙ୍ଗୀ ଅବକାରୀ ଥାନା ପୋଲିସ ଚଢ଼ାଉ କରି ୩୦ ଗ୍ରାମ ଧଳାଜହର ଜବତ କରିବା ସହ ଜଣେ ଧଳାଜହର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁସାରେ, ଟାଙ୍ଗୀ ଅବକାରୀ ଥାନା ଅଧିକାରୀ ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ବିଶେଷ ସୂତ୍ରରୁ ସୂଚନା ପାଇଁ ସକାଳ ୧୦ଘଣ୍ଟିକା ସମୟରେ ଛଣଗିରି ଗ୍ରାମରେ ଚଢ଼ାଉ କରିଥିଲେ । ଏହି ସମୟରେ ଛଣଗିରି ଗ୍ରାମର ଜଣେ ଧଳାଜହର ସଞ୍ଜୟ ମହାପାତ୍ର (୩୫) କୁ ଗିରଫ କରି ତା ନିକଟରୁ ୩୦ ଗ୍ରାମ୍ ଧଳାଜହର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ ବୋଲି ଟାଙ୍ଗୀ ଅବକାରୀ ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ଟାଙ୍ଗୀ ଅବକାରୀ ଥାନା ପୋଲିସ ପକ୍ଷରୁ ୧୫/୨୩-୨୪ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Exit mobile version