Site icon Awaj Media

ଶ୍ରମ କାର୍ଯ୍ୟାଳୟ ରେ ଘୋଟାଲା : ଜୀବନ୍ତ ଶ୍ରମିକଙ୍କୁ ମୃତ ଦେଖାଇ ଚାରି ଲକ୍ଷ ଟଙ୍କା ଚଳୁ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଶ୍ରମ କାର୍ଯ୍ୟଳୟରେ ଘୋଟାଲା , ଜୀବନ୍ତ ଶ୍ରମିକଙ୍କୁ ମୃତ ଦେଖାଇ ଚାରି ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଦୁର୍ନୀତିର ଚରମ ସୀମାରେ କେନ୍ଦ୍ରାପଡା ଶ୍ରମ ବିଭାଗ । ଜୀବିତ ଶ୍ରମିକକୁ ମୃତ ଦର୍ଶାଇ ୪ ଲକ୍ଷ ଟଙ୍କା ଆତ୍ମସାତ୍। ସୂଚନା ରୁ ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲା ଶ୍ରମ କାର୍ଯ୍ୟାଳୟରେ ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଅନୁକମ୍ପାମୂଳକ ୪ ଲକ୍ଷ ୫ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଜିଲାପାଳଙ୍କ ନିକଟରେ ହୋଇଛି ଅଭିଯୋଗ । ଅଭିଯୋଗ ମୁତାବକ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ଆୟବା ପଞ୍ଚାୟତ ଗଣ୍ଡାକିଆ ଗ୍ରାମର ଚିତ୍ତରଞ୍ଜନ ସ୍ବାଇଁ ନିର୍ମାଣ ଶ୍ରମିକ ଭାବେ ପରିଚୟପତ୍ର ହାସଲ କରିବା ସହ ନିର୍ମାଣ ଶ୍ରମିକ ଭାବେ କାମ କରିବା ସହିତ ଅନ୍ୟ ଛୋଟମୋଟ ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି । ତାଙ୍କର ଶ୍ରମିକ କାର୍ଡ ନମ୍ବରରେ ଥିବା ନାମକୁ ବଦଳାଇ ସୁରେନ୍ଦ୍ର କୁମାର ପରିଡ଼ାଙ୍କ ନାମ ଲେଖାଯାଇ ତାଙ୍କୁ ଦୁର୍ଘଟଣା ଜନିତ ମୃତ ଦର୍ଶାଯାଇଛି । ଚିତ୍ତରଞ୍ଜନଙ୍କ କେନ୍ଦ୍ରାପଡ଼ା ୟୁନିୟନ ବ୍ୟାଙ୍କରେ ଆକାଉଣ୍ଟ ଥିବାବେଳେ ମୃତ ଦର୍ଶାଯାଇଥିବା ବ୍ୟକ୍ତି ସୁରେନ୍ଦ୍ରଙ୍କର ବାଲେଶ୍ଵରର ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟ ନମ୍ବର ଦିଆଯାଇଛି । ସେହି ନମ୍ବରରୁ ୪ ଲକ୍ଷ ଟଙ୍କା ଉଠାଯାଇ ଆତ୍ମସାତ କରାଯାଇଛି । ଯଦିଓ ସୁରେନ୍ଦ୍ର ଘର ଗଣ୍ଡାଳିଆ ଅଞ୍ଚଳରେ ବୋଲି ଲେଖାଯାଇଛି ସେପରି କୌଣସି ବ୍ୟକ୍ତି ସେ ଅଞ୍ଚଳରେ ନଥିବା ଓ ଗଣ୍ଡାକିଆରେ ଥାଇ ବାଲେଶ୍ବରରେ ଆକାଉଣ୍ଟ ଖୋଲିବା ଘଟଣା ଟଙ୍କା ହଡପ ସୂଚାଉ ଥିବା ଚିତ୍ତରଞ୍ଜନ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯାଇ ଟଙ୍କା ଆତ୍ମସାତ କରିଥିବା ଶ୍ରମ କାର୍ଯ୍ୟାଳୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

Exit mobile version