Site icon Awaj Media

ଗମ୍ଭାରୀମୁଣ୍ଡା ଅଞ୍ଚଳରୁ ଚୋରା ମଦ ବେପାରୀ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଗମ୍ଭାରୀମୁଣ୍ଡା ଅଞ୍ଚଳରୁ ଜଣେ ଚୋରା ମଦ ବେପାରୀକୁ ଗିରଫ କରିଛି ନାଚୁଣୀ ପୋଲିସ । ଦୀର୍ଘ ଦିନ ଧରି ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ଚାଲିଥିବା ବେଳେ ଉକ୍ତ ବେପାରୀକୁ ଧରିବାରେ ପୋଲିସ ସଫଳ ହୋଇଛି । ମଦ ବେପାରୀ ଜଣକ ହେଲେ ଘାଷଡି ଗ୍ରାମର ଭୀମସେନ ସାହୁ । ସେ ବ୍ୟବସାୟ ନିମନ୍ତେ ଚୋରାରେ ଦେଶୀ ଓ ବିଦେଶୀ ମଦ ଆଣୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନାଚୁଣୀ ପୋଲିସ ଗମ୍ଭାରୀମୁଣ୍ଡା ନିକଟସ୍ଥ କଉଡ଼ିଆ ଛକ ଠାରେ ତାକୁ ଧରିବାରେ ସଫଳ ହୋଇଥିଲା । ବେପାରୀ ଠାରୁ ୧୩ ‘ ୮ ଲିଟର ଚୋରା ମଦ ଜବତ କରିବା ସହ ପୋଲିସ ତାକୁ ଗିରଫ କରିଛି ।

Exit mobile version