Site icon Awaj Media

ଧଳାପଥର ଛକରେ ହାଇୱା ଧକ୍କାରେ ଯୁବକ ମୃତ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧୀନ ଧଳାପଥର ଫାଣ୍ଡି ଅନ୍ତର୍ଗତ ଧଳାପଥର ଛକରେ ଆଜି ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ ବାଘମାରି କଣ୍ଟିଲୋ ରାଜ୍ୟ ରାଜପଥରରେ ସର୍ବଦା ଭାରିଯାନ ଗମନାଗମନ କରୁଛି । ଆଜି ସକାଳୁ ପଦ୍ମାବତୀ ଅଞ୍ଚଳର ବିଶ୍ୱଜିତ୍ ସାହୁ ନାମକ ଜଣେ ବ୍ୟକ୍ତି ନିଜ ସ୍କୁଟିରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ହାଇୱା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ OD 02 AV 4005 ନମ୍ବର ବିଶିଷ୍ଟ ହାଇୱା ଗାଡ଼ିଟି ନିକଟ ଫାଣ୍ଡିରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ତେବେ ଖବର ପାଇ ଧଳାପଥର ଫାଣ୍ଡି ପୋଲିସ ଓ ବେଗୁନିଆ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Exit mobile version