Site icon Awaj Media

ଚାନ୍ଦପୁର ଜାତୀୟ ରାଜପଥ ପାର୍ଶ୍ବ ଢାବାରେ ଅବକାରୀ ବିଭାଗର ଚଢ଼ାଉ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାତ୍ର ୧୦ ଘଟିକା ସମୟରେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଶ୍ରୀକୃଷ୍ଣପୁରର ରୟାଲ ଢ଼ାବା ଏବଂ ବିହାରୀ ଢାବାରେ ନୟାଗଡ଼ ଅବକାରୀ ଅଧିକ୍ଷକ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ରଣପୁର ତହସିଲଦାର ଇପସିତ କୁମାର ସାହୁଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇ ରୟାଲ ଢାବାରୁ ୧୪ ଟି ଏବଂ ବିହାରୀ ଢାବାରୁ ୧୦ ଟି ବିୟର ଵୋତଲ ଜବତ କରାଯାଇଥିଲା । ରୟାଲ ଢାବାର ମ୍ୟାନେଜର ଦଣ୍ଡପାଣି ବେହେରା ଓ ସହକାରୀ ମ୍ୟାନେଜର ପ୍ରଶାନ୍ତ କୁମାର ସ୍ବାଇଁକୁ ଅଟକ ରଖାଯାଇ କେସ ନଂ.୧୪/୨୩-୨୪,ତା.୦୭/୦୬/୨୦୨୩ ରିଖରେ ଅବକାରୀ କେସ ରୁଜୁ କରାଯାଇଛି । ସେହିପରି ବିହାରୀ ଢାବାର ମ୍ୟାନେଜର ଗୋବିନ୍ଦ ଖମାରିଙ୍କୁ‌ ଅଟକ ରଖାଯାଇ କେସ ନଂ ୧୫/୨୩-୨୪ ତା.୦୭/୦୬/୨୦୨୩ ରିଖରେ ଅବକାରୀ କେସ ରୁଜୁ କରାଯାଇଛି ।

Exit mobile version