Site icon Awaj Media

ଦିନ ଦିପହରେ କାରରେ ଆସି କଳାକନା ବୁଲାଇଲେ ଦୁର୍ବୁତ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ଗୋପୀନାଥପୁର ଛକ ତୁଳସୀ ନଗର ରେ ଘଟିଲା ଅଘଟଣ ! ଦିନ ଦିପହରେ କାରରେ ଆସି କଳାକନା ବୁଲାଇଲେ ଦୁର୍ବୁତ୍ତ ! ଦିନ ଦ୍ୱିପ୍ରହର ଚୋରି, ପୁଣି ବିନା ଡରରେ ! ଏକ କାରରେ ଆସି ଘର ଗ୍ରିଲ ର ତାଲା ଏବଂ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଭରି ଭରି ସୁନା ଅଳଙ୍କାର ଧରି ଛୁ ମାରିଲେ ଚୋର ! ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗୋପୀନାଥପୁର ଛକ ତୁଳସୀ ନଗର ରେ ଦିନ ଦିପହରେ କିଛି ଦୁର୍ବୁତ୍ତ କଳାକନା ବୁଲାଇ ଆଖି ପିଛୁଳାକେ ଚମ୍ପଟ ମାରିଛନ୍ତି ! ଗୋଟେ ନୀଳ ରଙ୍ଗର ଇକୋସ୍ପୋଟ କାର ରେ କିଛି ଦୁର୍ବୁତ୍ତ ଦିନ ପ୍ରାୟ ଗୋଟେ ପାଖାପାଖି ଆସି , ଅନିରୁଦ୍ଧ ପ୍ରାଣିଗ୍ରାହୀ ଙ୍କ ଘର ଗ୍ରିଲ ଭାଙ୍ଗି ତାଙ୍କ ଘରେ ପଶିଥିଲେ ! ଘରେ କିଏ ନଥିବା ସୁଯୋଗ ନେଇ ଶୋଇବା ଘରେ ଥିବା ଦୁଇଟି ରୁମ ର ଦୁଇଟା ଆଲମିରା ଭାଙ୍ଗି ପ୍ରାୟ ୧୦ ଭରି ରୁ ଉର୍ଦ୍ଧ ସୁନା ଅଳଙ୍କାର ସହିତ ନଗଦ ୫୦ହଜାର ଟଙ୍କା ଓ କିଛି ଏଟିଏମ ଚୋରି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ! ଏହି ଘଟଣା ଖୁବ କମ ସମୟ ବ୍ୟବଧାନରେ ହୋଇଥିବା ଅନୁମାନ କରାଯାଉଛି ! ଅନିରୁଦ୍ଧ ପାଣିଗ୍ରାହୀ ଶ୍ରାଦ୍ଧ ଦେବାକୁ ଯାଇଥିବା ବେଳେ ସେହି ଘରେ ତାଙ୍କ ପୁଅ ଥିଲେ ! କିନ୍ତୁ ଘର ଓ ଗ୍ରିଲ ଚାବି ପକାଇ ନିକଟରେ ଥିବା ନିଜ ଗ୍ରାମ ଇଞ୍ଜନପୁରକୁ ଖାଇବାକୁ ଦ୍ୱିପ୍ରହର ସମୟରେ ଯାଇଥିଲେ l ଗ୍ରାମରୁ ଫେରି ଦେଖନ୍ତିତ ତାଲା ଭଙ୍ଗାଯାଇଛି l ମାତ୍ର ଅଳ୍ପ ସମୟ ବ୍ୟବଧାନ ଭିତରେ ଚୋରି ହୋଇଥିବା ସୂଚନା ଦେଇଛନ୍ତି ଘର ଲୋକ l ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ରାସ୍ତା ଘାଟ ଜନ ଶୂନ୍ୟ, ଏହାର ସୁଯୋଗ ନେଇ ଚୋରି କରି ସହଜରେ ଖସି ପଳେଇବାରେ ସକ୍ଷମ ହେଇଛାନ୍ତି ଚୋର l ବାଲୁଗାଁ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି l ଏହିପରି ଆଖ ପାଖ ଅଞ୍ଚଳରୁ ବିଭିନ୍ନ ଜାଗାରୁ ଚୋରି ହେଉଥିବା ଥିବା ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି l

Exit mobile version