Site icon Awaj Media

ବାଲୁଗାଁ ଅଞ୍ଚଳରେ ଦୁଇ ଦୁଇଟା ଚୋରି ପରେବି ପୋଲିସ ହାତ ଖାଲି !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଗୋପୀନାଥପୁର ଛକ ନିକଟସ୍ଥ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର ଙ୍କ ଘରୁ କାଲି ବିଳମ୍ବିତ ରାତ୍ରିରେ ଗେଟ ତାଲା ଓ ଘର ତାଲା ଭାଙ୍ଗି ଏକ ସ୍କୁଟି ଗାଡି, ଏକ ଲାପଟପ ଓ କିଛି ସୁନା ଗହଣା ସହିତ ନଗଦ ଦଶ ହଜାର ଟଙ୍କା ଲୁଟେରା ମାନେ ଲୁଟି ନେଇଛନ୍ତି l ସୂଚନା ମୁତାବକ ମିଶ୍ର ବାବୁ ହେଉଛନ୍ତି ବାଲୁଗାଁ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ l ଗତ କାଲି ବଡକୁଳ ଗ୍ରାମ ଠାରେ ତାଙ୍କ ସମ୍ପର୍କୀୟ ଙ୍କ ବ୍ରତ ଘର ଥିବାରୁ, ସେ କାଲି ସପରିବାର ଦିବା ନଅ ଘଟିକା ସମୟରେ ଯାଇଥିଲେ ଏବଂ ଆଜି ସକାଳୁ ଆସି ଦେଖନ୍ତିତ ସାମ୍ନା ପଟ ଗେଟ ତାଲା ଭଙ୍ଗା ଯାଇଅଛି l ତା ସହିତ ଘର ତାଲା ମଧ୍ୟ ଭଙ୍ଗା ଯାଇଅଛି l ଘରେ ଆସି ଦେଖିଲା ବେଳକୁ ଦୁର୍ବୁତ୍ତ ମାନେ ଘର ଗଡ଼ରେଜ ଆଲମିରା ଲକର ଭାଙ୍ଗି କଳା କନା ବୁଲେଇ ଦେଇଛନ୍ତି l ଏହା ଦେଖି ମିଶ୍ର ବାବୁ ତୁରନ୍ତ ପୋଲିସ ଅଧିକାରୀ ଙ୍କୁ ଖବର ଦେଇଥିଲେ ଏବଂ ପୋଲିସ ଆସି ତଦନ୍ତ କରିଥିଲେ l ଏହି ଘଟଣା କିଛି ନୁଆ କଥା ନୁହେଁ l କିଛି ଦିନ ତଳେ ଦିନ ଦ୍ବିପ୍ରହରେ କାରରେ ଆସି ଏହି ଗୋପୀନାଥପୁର ଛକ ନିକଟରେ ଜଣକ ଘରେ ପଶି ବହୁ ଧନ ସମ୍ପତି ଲୁଟି ନେଇଥିଲେ ମଧ୍ୟ ପୋଲିସ ଏଯାବତ ଚୋର ଧରିବାରେ ବିଫଳ ହୋଇଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଅଛି l ଅଳ୍ପ ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି ଘଟଣା ଘଟିବା ପରେ ଏଠାକାର ସ୍ଥାନୀୟ ବାସିନ୍ଦା ମାନେ ଭୟଭୀତ ହୋଇ ପଡିଛନ୍ତି l ନିଜ ଧନ ଜୀବନକୁ ଲୋକେ ଆଉ ସୁରକ୍ଷିତ ମଣୁ ନାହାନ୍ତି l ଦୁର୍ବୁତ୍ତ ମାନେ ପୋଲିସ ଆଖିରେ ଧୁଳି ଦେଇ ଗୋଟେ ପରେ ଗୋଟେ ଘଟଣା ଘଟେଇବାରେ ସକ୍ଷମ ହୋଇ ପାରୁଛନ୍ତି l ଡକାୟତ ମାନଙ୍କ ଉପରେ ପୋଲିସ ନଜର ରଖିବାକୁ ବୁଦ୍ଧିଜୀବୀ ମାନେ ଆଶା ପ୍ରକଟ କରିଛନ୍ତି ଏବଂ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ କଡାକଡି କରିବାକୁ ଜନସାଧାରଣରେ ଦାବି ହେଉଅଛି l

Exit mobile version