Site icon Awaj Media

କଟକ ସହର ରୁ ଅବୈଧ ଗୋ ଚାଲାଣ ରୋକିବା ପାଇଁ କଟକ ଡିସିପି ଙ୍କୁ ଦାବୀପତ୍ର ପ୍ରଦାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ତରଫରୁ କଟକ ସହର ରୁ ଅବୈଧ ଗୋ ଚାଲାଣ ଓ ଗୋମାତା ଙ୍କୁ ହତ୍ୟା ପ୍ରତିବାଦ ରେ କଟକ DCP ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ! ଆଗାମୀ ଦିନରେ ୨୯ ତାରିଖରେ ହେବାକୁ ଥିବା ବକରିଦ୍ ଅବସରରେ ବ୍ୟାପକ ଗୋହତ୍ୟା ହେବାର ପୂର୍ବାନୁମାନ କରାଯାଇ, କିପରି ଏହି ଗୋବଂଶ ଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇ ପାରିବ ତାହାର ବ୍ୟବସ୍ଥା କରିବା ପାଇଁ ଦାବୀ ରହିଛି । ବଜରଙ୍ଗ ଦଳ ଭାରତୀୟ ସମ୍ବିଧାନ କୁ ସମ୍ମାନ ଜଣାଇ ଆସୁଅଛି, ତେଣୁ ସାମ୍ପ୍ରଦାୟିକ ପରିସ୍ଥିତି ଅଣାୟତ୍ତ ନହେଉ ଏଥିପାଇଁ DCP ମହୋଦୟ ଙ୍କୁ ଦାବୀ ରଖାଯାଇଛି ଯେ , ସେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଠୁଳ କରାଯାଇଥିବା ଗୋମାତା ଙ୍କୁ ଉଦ୍ଧାର କରନ୍ତୁ । ବଜରଙ୍ଗ ଦଳ କଟକ ମହାନଗର ସଂଯୋଜକ ଅସିତ୍ କୁମାର ସ୍ବାଇଁ, ସହ ସଂଯୋଜକ ବିକାଶ ନାୟକ ଓ ଆନନ୍ଦ ପାଣିଗ୍ରାହୀ, ପୂର୍ବତନ ସଂଯୋଜକ ଜିତେନ୍ଦ୍ର ସାହୁ, ପୂର୍ବତନ ସହ ସଂଯୋଜକ ଚନ୍ଦ୍ର ଶେଖର ବିଶ୍ଵାଳ, ବରିଷ୍ଠ କାର୍ଯ୍ୟକର୍ତ୍ତା ଦୀପ୍ତି ରଞ୍ଜନ ସାହୁ, ଗୋରକ୍ଷା ପ୍ରମୁଖ ଦୀପକ ବାରିକ, ଜ୍ୟୋତିକୃଷ୍ନ ସ୍ବାଇଁ, ଅମିତ୍ ପ୍ରଧାନ, ନରେଶ ବାରିକ, ସିକୁନ ମହାନ୍ତି, ପ୍ରହ୍ଲାଦ ମହାରଣା , ପ୍ରଦୀପ୍ତ ତିୱାରୀ, ସୌଭାଗ୍ୟ ରଞ୍ଜନ ଦାସ, ରଞ୍ଜନ ଦାସ, ଉଦିତ ସେନ, ସୌମ୍ୟ ରଞ୍ଜନ ସେଠୀ, ସନ୍ତୋଷ ରଣା, ଶେଖର ଡାକୁଆ, ତାପସ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ !

 

 

Exit mobile version