Site icon Awaj Media

ରଙ୍ଗିଟାଙ୍ଗର ଗ୍ରାମରେ ବାହାଘରରେ ଗଣ୍ଡଗୋଳ : ଥାନା ଦ୍ଵାରସ୍ଥ ହେଲା ବର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମରେ ବାହାଘରରେ ବରଯାତ୍ରୀ ଆସୁଥିବା ସମୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ପରେ କିଛି ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ର କରି ଝିଅ ଘର ଓ ବର ଘର ମଧ୍ୟରେ ତିକ୍ତତା ସୃଷ୍ଟି ହେବାରୁ ବର ସୁକିନ୍ଦା ଥାନା ଦ୍ବାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଭୁବନ ଥାନା ଅନ୍ତର୍ଗତ ଗୋଉଡବନ୍ଦୀ ଗ୍ରାମର ପିତବାସ ଦେହୂରୀଙ୍କ ପୁଅ ସାଗର ଦେହୁରୀ ବୁଧବାର ରାତିରେ ବରଯାତ୍ରୀ ଆଣି ସୁକିନ୍ଦା ଥାନା ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମର ବଟ ପ୍ରଧାନଙ୍କ ଝିଅକୁ ବିବାହ କରିବା ପାଇଁ ଆସିଥିଲେ ! ତେବେ ବରଯାତ୍ରୀ ପ୍ରସେସନ ସମୟରେ ଏହି ଗଣ୍ଡଗୋଳ ଘଟିଥିଲା । ଏହାକୁ କେନ୍ଦ୍ର କରି ଗୁରୁବାର ସକାଳୁ ପୁଅ ପକ୍ଷ ଓ ଝିଅ ପକ୍ଷ ସୁକିନ୍ଦା ଥାନା ଦ୍ଵାରସ୍ଥ ହୋଇଥିବା ବେଳେ ସୁକିନ୍ଦା ପୋଲିସ ଦୁଇ ପକ୍ଷାଙ୍କୁ ବୁଝାବୁଝି ଜାରି ରଖିଥିବା ଦେଖିବାକୁ ମିଳିଛି ।

Exit mobile version