Site icon Awaj Media

ବଜରଙ୍ଗ ଦଳର ଗୋହତ୍ୟା ନିରୋଧି ଆନ୍ଦୋଳନ ର ପ୍ରଭାବ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବଜରଙ୍ଗ ଦଳ କଟକ ମହାନଗର ଦ୍ଵାରା ବିଗତ ଏକ ସପ୍ତାହ ଧରି ଗୋହତ୍ୟା ନିରୋଧି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି ! କଟକ ସହରର ବିଭିନ୍ନ ଥାନା ଓ ଡିସିପି ଙ୍କୁ ସଂଗଠନ ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା ! ଯାହାର ଏକ ବଡ ପ୍ରଭାବ ସହର ଉପରେ ପଡ଼ିଛି , ସକାଳ ୭ ରୁ ସଂଗଠନର କାର୍ଯ୍ୟକର୍ତ୍ତା କଟକର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ବୁଲାବୁଲି କରିବା ସହ ସର୍ବ ସାଧାରଣ ସ୍ଥାନ ଯେଉଁ ଅଞ୍ଚଳ ଗୁଡିକରେ ଆଗରୁ ଖୁଲମ ଖୁଲା ଗୋହତ୍ୟା ହେଉଥିଲା ସେଗୁଡିକୁ ନଜର ରଖିଥିଲେ ! ବହୁ ମାତ୍ରାରେ ସେସବୁ ର ପ୍ରଭାବ କମ୍ ଦେଖିବାକୁ ମିଳିଥିଲା, ପୁନର୍ବାର ସହରର ବିଭିନ୍ନ ଥାନା କ୍ୟାଣ୍ଟନମେଣ୍ଟ, ଲାଲବାଗ, ଦରଘାବଜାର , ପୁରୀଘାଟ, ମଙ୍ଗଳାବାଗ ଓ ମାଲଗୋଦାମ ଆଦି ରେ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଗୋହତ୍ୟା ଯେପରି ନହୁଏ ଏବଂ ହତ୍ୟାକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବୀ କରା ଯାଇଥିଲା ।

ବିଶ୍ଵ ହିନ୍ଦୁ ପରିଷଦ ର ଓଡ଼ିଶା ପୂର୍ବ ପ୍ରାନ୍ତ ଗୋରକ୍ଷା ପ୍ରମୁଖ ପବିତ୍ର ମୋହନ ଦାସ ଙ୍କ ତତ୍ତ୍ଵାବଧାନରେ ବଜରଙ୍ଗ ଦଳ କଟକ ମହାନଗର ସଂଯୋଜକ ଅସିତ୍ କୁମାର ସ୍ବାଇଁ, ସହ ସଂଯୋଜକ ବିକାଶ ନାୟକ ଓ ଆନନ୍ଦ ପାଣିଗ୍ରାହୀ, ଗୌରବ ପାତ୍ର, ବିଭାଗ ସଂଯୋଜକ ସଞ୍ଜୟ ସିଂହ, ପୂର୍ବତନ ସଂଯୋଜକ ଜିତେନ୍ଦ୍ର ସାହୁ, ଗୌର କମଲ କୁମାର, ପୂର୍ବତନ ସହ ସଂଯୋଜକ ଚନ୍ଦ୍ର ଶେଖର ବିଶ୍ଵାଳ, ବରିଷ୍ଠ କାର୍ଯ୍ୟକର୍ତ୍ତା ଚୈତନ୍ୟ ପରିଡ଼ା, ଦୀପ୍ତି ରଞ୍ଜନ ସାହୁ, ଉଦୟନାଥ ମହାନ୍ତି, ଗୋରକ୍ଷା ପ୍ରମୁଖ ଦୀପକ ବାରିକ, ଜ୍ୟୋତିକୃଷ୍ନ ସ୍ବାଇଁ, ଅମିତ୍ ପ୍ରଧାନ, ନରେଶ ବାରିକ, ସିକୁନ ମହାନ୍ତି, ପ୍ରହ୍ଲାଦ ମହାରଣା , ସଂଗ୍ରାମ ଗ୍ରହାଚାର୍ଯ୍ୟ, ସତ୍ୟଜିତ ସେନାପତି, ଭୂମିକ ବେହେରା, ରାକେଶ ଲେଙ୍କା, ହାପି ଦାସ, ପ୍ରଦୀପ୍ତ ତିୱାରୀ, ସୌଭାଗ୍ୟ ରଞ୍ଜନ ଦାସ, ରଞ୍ଜନ ଦାସ, ଉଦିତ ସେନ, ସୌମ୍ୟ ରଞ୍ଜନ ସେଠୀ, ସନ୍ତୋଷ ରଣା, ଶେଖର ଡାକୁଆ, ତାପସ ସାହୁ, ସଦାନନ୍ଦ ବିଶ୍ଵାଳ, ଶ୍ରୀନିବାସ ରେଡ୍ଡୀ, ପ୍ରଶାନ୍ତ ସାମଲ , ମନୋଜ ସେଠ୍ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

Exit mobile version