Site icon Awaj Media

ସୁକିନ୍ଦା ଥାନାରେ ଭିଜିଲାନ୍ସ ଚଢାଉ : ଏସଆଇ ନିର୍ମଳ ସେନାପତି ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନାରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ 10 ହଜାର ଟଙ୍କା ଜବତ ସହିତ ଏସଆଇ ନିର୍ମଳ ସେନାପତି ଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ । ହାଇୱା ଜବତ ଘଟଣାରେ ବୁଧବାର ଦିନ ସୁକିନ୍ଦା ପୋଲିସ କେସ ନଂ 124/23 ରେ ଏକ ମାମଲା ରୁଜୁ କରି ବାଲି ଗାଡି ଚାଳକ ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ବାଲି ବୋଝେଇ ଗାଡ଼ିକୁ ଥାନାରୁ ଖଲାସ କରିବା ବାବଦକୁ ଗାଡି ମାଲିକଙ୍କ ଠାରୁ ସୁକିନ୍ଦା ଥାନାର ଏସଆଇ ନିର୍ମଳ ସେନାପତି 10 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରି 10 ହଜାର ଟଙ୍କା ହାତାହାତି ସିଜ୍ କରିଥିବା ଦେଖିବାକୁ ମିଳିଛି । ଭିଜିଲାନ୍ସ ଟିମ୍ ଏବେ ଏସଆଇ ନିର୍ମଳ ସେନାପତି ଓ ତାଙ୍କ ସ୍ତ୍ରୀକୁ ଗିରଫ କରିବା ସହିତ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ଚଢାଉ କରିଛି ।

Exit mobile version