କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଳାପଥରରେ ନୟାଗଡ ପୁଲିସ ! ଏକ ଚୋରୀ ଘଟଣାରେ ଚୋରୀ ଅଳଙ୍କାର ବିକ୍ରୀ ସମ୍ପର୍କରେ ସୂଚନା ପାଇ ନୟାଗଡ ପୁଲିସ କଳାପଥର ର ଏକ ଜୁଏଲାରୀ ଦୋକାନରେ ଚଢ଼ାଉ କରି ସୁନା ଚେନ ଜବତ କରିଥିବାର ସୂଚନା ମିଳିଛି ! ସାଧାରଣ ଲୋକଙ୍କ ସହ ଉତ୍ତମ ଵୁଝାମଣା ରଖି ସୁରକ୍ଷା ଯୋଗାଇଦେବା ପାଇଁ ଓଡିଶା ପୁଲିସ ଆରମ୍ଭ କରିଥିଲା ଏକ ନୂଆ ପ୍ରୟାସ – ତାହା ହେଲା ଆମ ପୁଲିସ ! ତେବେ ପୁଲିସ କୁ ଲୋକେ କେବେ ଆମ ପୁଲିସ କହିବେ ତାହା ଏକ ଅସ୍ପଷ୍ଟ ଆଶଙ୍କା ! ଆଉ ତାହାର ମୁଖ୍ୟ କାରଣ ପୁଲିସ ର ରୁକ୍ଷ ବ୍ୟବହାର ଏବଂ ନାପସନ୍ଦ କାର୍ଯ୍ୟ ପ୍ରଣାଳୀ ! ତେବେ ବିଭିନ୍ନ ଧର୍ତ୍ତବ୍ୟ ଘଟଣାରେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ ପୂର୍ବରୁ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇ ଆସୁଛି ପୁଲିସ ! ଆଉ ଏହି କାମରେ ଢେର ଆଗରେ ରହିଛି ନୟାଗଡ ପୁଲିସ ! ନିକଟରେ ଅବସର ନେଇଥିବା ନୟାଗଡ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଙ୍କ ସମୟରେ ପ୍ରାୟତଃ ବହୁ କେଶ ରେ ଗଣମାଧ୍ୟମ ସମ୍ମିଳନୀ ଆୟୋଜନ ହେଉଥିଲା ! ଆଉ ପ୍ରତ୍ୟେକ ଘଟଣାରେ ପ୍ରାୟ ଯେଉଁ ପୁଲିସ ଚେହେରା ଦୃଶ୍ୟମାନ ହୁଏ , ସେ ହେଉଛନ୍ତି ନୟାଗଡ ଟାଉନ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ! ତେବେ ଏକ ଚୋରୀ ସାମଗ୍ରୀ ଉଦ୍ଧର ଘଟଣାରେ ଏବେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧିନସ୍ଥ ଗୋଲେଇଛକ ବଜାରକୁ ଆସିଥିଲା ନୟାଗଡ ପୁଲିସ ! ସୂଚନା ଅନୁଯାୟୀ ଏକ 21 ଗ୍ରାମ ଓଜନର ଚୋରୀ ସୁନା ଚେନ କିଣିଥିବା ବ୍ୟବସାୟୀ ଙ୍କୁ ତଦନ୍ତ ପରିସରକୁ ଆଣି ସୁନା ଚେନ ଉଦ୍ଧାର ପାଇଁ ଏକ କଳା ରଙ୍ଗର ପ୍ରାଇଭେଟ ଗାଡ଼ିରେ ଆସିଥିଲା ପୁଲିସ ! ହେଲେ ଚୋରୀ ସାମଗ୍ରୀ ଉଦ୍ଧାର ପରେ ମଧ୍ୟ ଆଉ ଚାରୋଟି ଚେନ ମାଗିବା ନେଇ ସୃଷ୍ଟି ହୋଇଥିଲା ଦ୍ଵନ୍ଦ ! କାହିଁକି ଅଧିକ ଓଜନର ସୁନା ଦେବେ ପଚାରିବାରୁ ଉତ୍ତର ମିଳିଲା – କେଶ ଖାଇବାର ଇଛା ଅଛି କି ?? ଚୁପ ଚାପ ସୁନା ଚେନ ଦିଅ , ଘରେ ଆରାମରେ ରୁହ ! ଚୋରୀ ହେଲା , ଅଭିଯୋଗ ହେଲା , ଚୋରକୁ ଧରି ସୁରାଗ ମଧ୍ୟ ପାଇଲେ ! ସବୁ ଠିକ ଅଛି – ଏପରିକି ଚୋର ଠାରୁ ତଥ୍ୟ ନେଇ ଚୋରା ସୁନା ବିକ୍ରୀ ହୋଇଥିବା ଜାଗାରେ ଆସି ପହଂଚିଗଲେ ! କାହିଁକି ପୁଲିସ ଗାଡ଼ିରେ ନ ଆସି କଳା ରଙ୍ଗର ପ୍ରାଇଭେଟ ଗାଡ଼ିରେ ଆସିଲେ , ତାହା ତ ଅଧିକାରୀ କହି ପାରିବେ ! ତେବେ ଆମେ କହିବାକୁ ଚାଁହୁ , ଚୋରୀ ସାମଗ୍ରୀ ବ୍ୟତୀତ ଆଉ ସୁନା ଚେନ ମାଗିଲେ କାହିଁକି ! ଏମିତି ପ୍ରଣାଳୀରେ ତଦନ୍ତ କଲେ ଲୋକେ ଆମ ପୁଲିସ କହିବେତ !! ବ୍ୟୁରୋ ରିପୋର୍ଟ ଆୱାଜ ମିଡ଼ିଆ !
କଳାପଥରରେ ନୟାଗଡ ପୁଲିସ : ଜୁଏଲାରୀ ଦୋକାନରୁ ଚୋରା ଅଳଙ୍କାର ଜବତ !!!

