Site icon Awaj Media

ଦୁଇ ଡ଼କାୟତଙ୍କୁ କାବୁ କଲା ନୟାଗଡ ପୁଲିସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଭିନ୍ନ ଚୋରୀ ଓ ଡକାୟତି କାର୍ଯ୍ୟରେ ଲିପ୍ତ ଥିବା ଦୁଇ ଜଣ ଡକାୟତଙ୍କୁ କାବୁ କରିଛି ନୟାଗଡ଼ ଟାଉନ ଥାନା ପୁଲିସ । ଗତ ୯ ତାରିଖରେ ମହିଳା ଇନିସପେକ୍ଟର ମନୋରମା ମଲ୍ଲିକଙ୍କ ଠାରୁ ମଧ୍ୟ ସେମାନେ ଚେନ ଲୁଟ କରିଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ମହିଳା ଇନିସପେକ୍ଟର ଜଣକ ଘରକୁ ଫେରୁଥିବା ବେଳେ ତାଙ୍କ ବେକରୁ ଏହି ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲ୍ସସରରେ ଆସି ସୁନା ଚେନ ଲୁଟ କରିଥିଲେ । ସେହିପରି ପିଟିଏସରେ କାର୍ଯ୍ୟରତ ନର୍ସ ଅନିତାଙ୍କ ଠାରୁ ମଧ୍ୟ ଏହି ଲୁଟେରା ମାନେ ଲୁଟ କରିଥିବା ପୋଲିସ ଜାଣିବାକୁ ପାଇଥିଲା ।

ଡକାୟତଙ୍କୁ ଧରିବା ପାଇଁ ଟାଉନ ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଟାଉନ ଥାନାର ଏହି ଟିମ ଚଢ଼ାଉ କରି ଦୁଇ ଡକାୟତଙ୍କୁ ଧରିବା ସହ ସେମାନଙ୍କ ଠାରୁ ୪ ଗୋଟି ସୁନା ଚେନ ଓ ଲୁଟରେ ବ୍ୟବହୃତ ପଲସର ଗାଡିକୁ ପୋଲିସ ଜବତ କରିଛି । ଲୁଟର ଶିକାର ହୋଇଥିବା ମହିଳା ଇନିସପେକ୍ଟର ମନୋରମା ମଲ୍ଲିକ ଓ ନର୍ସଙ୍କର ସୁନା ଚେନ ଉଦ୍ଧାର ହୋଇଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ଏହି ଦୁଇ ଡକାୟତ ବିଭିନ୍ନ ସ୍ଥାନରେ ଦିନ ଦ୍ବିପ୍ରହରେ ଲୁଟ କରୁଥିବା ବେଳେ ସେମାନଙ୍କ ନାମରେ ଏକାଧିକ ଥାନାରେ ଅଭିଯୋଗ ରହିଛି । ସେମାନଙ୍କୁ ଧରି ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ତଦନ୍ତ ପରେ ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁ ।

 

Exit mobile version