ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ହରିପୁର ଗ୍ରାମରେ ବୃଦ୍ଧ ବ୍ୟକ୍ତି ଗୋମାତାଙ୍କ ସହିତ କୁକର୍ମ କରିବାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ! ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଜଣେ ବୃଦ୍ଧ ବ୍ୟକ୍ତି ଗୋମାତାଙ୍କ ସହିତ କୁକର୍ମ କରିବାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ହରିପୁର ଗ୍ରାମରେ ଗ୍ରାମର ରାଧେଶ୍ୟାମ ପରିଡ଼ା ଗୁରୁବାର ରାତିରେ ଗୋ ମାତାଙ୍କ ସହିତ କୁକର୍ମ କରୁଥିବା ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାରରାଲ ହେଉଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳ ବାସି ତାଙ୍କୁ ତାଗିଦ କରିବା ସହିତ ଚେତାବନୀ ଦେଇଛନ୍ତି । ତେବେ ଘଟଣାକୁ ନେଇ ଉତ୍ତେଜନା ଥମି ନଥିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ଏକ କୁକୁର ସହିତ କୁକର୍ମ କରୁଥିବାର ଭିଡିଓ ସମସ୍ତଙ୍କୁ ହତବାକ କରିଛି !
ବିକୃତ ଚିନ୍ତାଧାରାର କୁତ୍ସିତ କାର୍ଯ୍ୟ !!!

