Site icon Awaj Media

୬୧ କେଜି ଗଞ୍ଜେଇ ଜବତ : ଦୁଇଟି ଡିଜାୟର କାର ସହ ଚାରି ଜଣ କୁ ଗିରଫ କରିଛି ନୟାଗଡ ସଦର ଅବକାରୀ ବିଭାଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ନୟାଗଡ ସଦର ଅବକାରୀ ଥାନା ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇଟି ସ୍ଥାନ ରୁ ୬୧କେଜି ଗଞ୍ଜେଇ , ଦୁଇଟି ଡିଜାୟର କାର ଜବତ ସହ ଚାରି ଜଣ କୁ ଗିରଫ କରିଛି ନୟାଗଡ ସଦର ଅବକାରୀ ବିଭାଗ ପୋଲିସ ।ନୂଆଗାଁ ଅଗ୍ନି ସମ ବିଭାଗ ସାମ୍ନା ରୁ ଡିଜାୟର କାର ଓଡି ୦୨ସଇ ୨୦୦୬ ରୁ ୩୦କେଜି ଗଞ୍ଜେଇ ସହ ଦୁଇ ଜଣକୁ ଗିରଫ କରିଛି ସେମାନେ ହେଲେ ବଉଦ ଜିଲ୍ଲା ବଦଲା ଗ୍ରାମ ର ସୁଶାନ୍ତ ବେହେରା ,କନ୍ଧମାଳ ର ପାଣ୍ଡୁଗୁଡ଼ ଗ୍ରାମର ଦୀପକ ସାହୁ ଗ ।ସେହିପରି ଦଶପଲ୍ଲା ବ୍ଲକ ବାଣିଗୋଛା ଋତୁରାଜ ହୋଟେଲ ସାମ୍ନା ରୁ ଆଉ ଗୋଟିଏ ଡିଜାୟର କାର ଓଡ଼ି ୦୨ବି ଜେଡ ୧୮୨୩ ନମ୍ବର ଯେଉଁ ଥିରେ ଲେଖାଥିଲା ଓଡ଼ିଶା ସରକାର (govt of odisha) ସେହି ଗାଡିରୁ ୩୧ କେଜି ଗଞ୍ଜେଇ ସହ ଦୁଇ ଜଣକୁ ଗିରଫ କରାଯାଇଛି ସେମନେହେଲେ ଓଡ଼ଗାଁ ବ୍ଲକ ବାହାଡ଼ାଝୋଲା ଗ୍ରାମର ରୁଦ୍ର ନାରାୟଣ ନାୟକ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳ ର କବିର ସାହୁ ଙ୍କୁ ଗିରଫ କରାଯାଇଛି ଏହିପରି ଭାବରେ ଦୁଇଟି ଜାଗାରୁ ୬୧କେଜି ଗଞ୍ଜେଇ ସହ ଚାରି ଜଣଙ୍କୁ ଗିରଫ କରିଛି। ପୋଲିସ କୁ ଚକମା ଦେଇ ଓଡ଼ିଶା ସରକାର ଲେଖା ଥିବା ଗାଡ଼ି ବ୍ୟବହାର କରି ଗଞ୍ଜେଇ ଚୋରା ଚାଲାଣ କରିଆସୁଥିଲେ l ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ଅଧିକ୍ଷକ ଶ୍ରୀଯୁକ୍ତ କରୁଣା ଶଙ୍କର ତିୱାରୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସେମାନଙ୍କ ନାମରେ ଆଗରୁ କେସ ନଥିଲେ ବି ଆଗରୁ ବେପାର କରୁଥିବାର ତିୱାରୀ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି !

Exit mobile version