Site icon Awaj Media

ଅବକାରୀ ଚଢାଉ , ବିପୁଳ ପରିମାଣରେ ଦେଶୀ ମଦ ସମେତ ବାଇକ ଜବତ, ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବାଲେଡି ଛକ ନିକଟରେ ଅବକାରୀ ଚଢାଉ , ବିପୁଳ ପରିମାଣରେ ଦେଶୀ ମଦ ସମେତ ବାଇକ ଜବତ, ଜଣେ ଗିରଫ ! ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଲେଡି ଛକ ନିକଟରେ ଚଢ଼ାଉ କରି ଜଣେ ଚୋରା ଦେଶୀ ମଦ ବେପାରୀ କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ବିପୁଳ ପରିମାଣ ରେ ଦେଶୀମଦ ସମେତ ଏକ ବାଇକ୍ ଜବତ କରାଯାଇଛି ! ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ବାଣପୁର ବାଲେଡି ଛକ ନିକଟରେ ଚୋରା ଦେଶୀମଦ କାରବାର ହେଉଥିବାର କୈାଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଚଢ଼ାଉ କରି କୋଶରଢା ଗ୍ରାମର ଲବ ଶବର କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୨୫ ଲିଟର ଦେଶୀ ମଦ ସମେତ କଳା ରଙ୍ଗର ଏକ ପଲସର୍ ବାଇକ୍ ଜବତ କରିଥିଲା ! ଅବକାରୀ ଥାନାରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି ।

 

Exit mobile version