Site icon Awaj Media

ଜାଗମରା ITER ପାଖରେ ୧୨ ଲକ୍ଷ ଟଙ୍କାରେ ତିନି ମହଲା ଘର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାଗମରା ଅଞ୍ଚଳର ଏକ ଜାଗା ବାଡ଼ି ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ ଖଣ୍ଡଗିରି ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ଜୋର ଧରିଛି ଆଲୋଚନା ! ତେବେ କାର୍ଯ୍ୟାଳୟରେ ସବ ରେଜିଷ୍ଟର ଭାବରେ କାର୍ଯ୍ୟରତ ମନୋଜ ସେନାପତି ଗଣମାଧ୍ୟମ ଆଗରେ ଉତ୍ତରଦାୟୀ ହୋଇଥିବା ସମୟରେ ବାସ୍ତବରେ କେଳେଙ୍କାରୀ ର କାର୍ପଟଦାର ଅନ୍ୟ କେହି ! ତତ୍କାଳୀନ ସବ ରେଜିଷ୍ଟର ଦେବେନ୍ଦ୍ର ଶତପଥି ଏବଂ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଷଡ଼ଙ୍ଗୀ ବାବୁ ମିଶି କରିଛନ୍ତି ଏହି କାମ ! ସମସ୍ତ କାଗଜପତ୍ର ଭଲ କରି ଦେଖିବା ପରେ ଏବଂ କିଛି ଆଇନଜୀବୀ ଙ୍କର ପରାମର୍ଶ ନେବା ପରେ ଜଣାଯାଇଛି ସବ ରେଜିଷ୍ଟର ଅଫିସ ରେ ସମ୍ପାଦିତ ବିକ୍ରୀ ପାଇଁ ଚୁକ୍ତି ଦଲିଲ ଠିକ ଅଛି ! ତେବେ ଉକ୍ତ ଦଲିଲ କୁ ନେଇ ଭିନ୍ନ ଅଭିଯୋଗ ଆଣିଛନ୍ତି ଜାଗା ମାଲିକ କିଶୋରୀ ମହାନ୍ତି ଏବଂ ତାଙ୍କ ସ୍ୱାମୀ ହିମାଂଶୁ ମହାନ୍ତି !

ତେବେ ସମ୍ପାଦିତ ଦଲିଲ କୁ ନେଇ ଭିନ୍ନ ମତ ଦେଇଛନ୍ତି ଏବେର ସବ ରେଜିଷ୍ଟର ମନୋଜ ସେନାପତି ଏବଂ କିରାଣୀ ଷଡ଼ଙ୍ଗୀ ବାବୁ ! ଘଟଣାକୁ ନେଇ ମାଲି ମକଦ୍ଦମା ଚାଲିବ , କେଉଁ ପକ୍ଷର ଚପଲ ସରିଯିବ ତ , ଆଉ କାହାର ଟଙ୍କା ଖର୍ଚ୍ଚ ହେବ ! ହେଲେ ଯେଉଁ କଥା ସବୁକୁ ଅଣଦେଖା କରାଯାଇ ଏ ଦଲିଲ କୁ ସମ୍ପାଦନା କରାଗଲା ଆଉ ଯିଏ ମଞ୍ଜୁର ଦେଲେ ସେ ମହାଶୟ ମାନେ ଆରାମରେ ନିଜ ଚୌକିରେ ବସି ଦରମା ଗଣି ନେଉଥିବେ ଆଉ ଅବସର ପରେ ପେନସନ !

ଏ ସଂପୂର୍ଣ୍ଣ ଘଟଣାରେ ଯେଉଁ କେତେକ ଆଇନଗତ ପ୍ରଶ୍ନ ଉଠିଛି ତାହାର ଉତ୍ତର ଦେବ କିଏ –
ଏକ – ବ୍ୟାଙ୍କ ରେ ବନ୍ଧକ ଥିବା ଜାଗା କୁ ବିକ୍ରୀ ପାଇଁ ଚୁକ୍ତି କରାଯିବା ପୂର୍ବରୁ ସମ୍ପୃକ୍ତ ବ୍ୟାଙ୍କ କୁ ସୂଚନା ଦିଆ ଯାଇଥିଲା କି !
ଦୁଇ – ଯେଉଁଦିନ ଦଲିଲ ସମ୍ପାଦନା କରାଗଲା ସେହି ଦିନର ଇସି କୁ ଅଣଦେଖା କରାଗଲା କାହିଁକି
ତିନି – ଦଲିଲ ସମ୍ପାଦନା ଦିନ ତିନି ମହଲା ଘର ସହିତ ଜାଗାର ମୂଲ୍ୟ ସତାନବେ ଲକ୍ଷ ହୋଇଥିବା ବେଳେ ବତିଶ ଲକ୍ଷ ଟଙ୍କା ର ଦଲିଲ କିଏ କାହା ଇସାରାରେ କଲା !
ଚାରି – ଚୁକ୍ତି କରିଥିବା ବ୍ୟକ୍ତି ଜାଗା ମାଲିକଙ୍କୁ କେଉଁ ମାଧ୍ୟମରେ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କଲେ ତାହା ଉଲ୍ଲେଖ ହୋଇନାହିଁ କାହିଁକି !
ପାଞ୍ଚ – ବିକ୍ରି ପାଇଁ ଚୁକ୍ତି କରି , ବ୍ୟାଙ୍କ ରେ ବନ୍ଧକ ଥିବା ତିନି ମହଲା ଘରର ପଜେସନ ତାଙ୍କୁ କିପରି ଦିଆଗଲା !
ଛଅ – ଘର ସହିତ ଜାଗାକୁ ଏବେ ମଧ୍ୟ ସଂପୂର୍ଣ୍ଣ କିଣି ନଥିବା ମହିଳା ଓ ତାଙ୍କ ପୁଲିସ ସ୍ୱାମୀ ବଳପୂର୍ବକ ଘର ମାଡି ବସିଛନ୍ତି କାହା ସାହସରେ !
ସାତ – ଘଟଣାକୁ ନେଇ ତିନୋଟି ଥାନାରେ ଚାରୋଟି କେଶ ରୁଜୁ ହୋଇଥିଲେବି ତଦନ୍ତରେ ଶୀଥିଳତା କାହା ଚାପରେ !
ଏ ପ୍ରଶ୍ନ ସବୁର ଉତ୍ତର ପାଇବା ପର୍ଯ୍ୟନ୍ତ ଆମେ ଜାରି ରଖିବୁ ଖବର ପ୍ରସାରଣ !

Exit mobile version