Site icon Awaj Media

ଅଶୋକଝର ଗ୍ରାମରେ ତୀର ମାଡରେ ଯୁବକ ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅଶୋକଝର ଗ୍ରାମରେ ସାନ ଭାଇ ର ତୀର ମାଡରେ ବଡ ଭାଇର ମୃତ୍ୟୁ ! ସୂଚନା ମୁତାବକ ଅଶୋକଝର ଗ୍ରାମରେ ଶନିବାର ଦିନ ପାରିବାରିକ କଳହକୁ କେନ୍ଦ୍ର କରି ଗ୍ରାମର ଜ୍ଞାନ ପ୍ରଧାନଙ୍କ ବଡ ପୁଅ ଗୁଲୁଆ ପ୍ରଧାନଙ୍କୁ ତାଙ୍କ ସାନ ଭାଇ ଏକ ତୀର ମାଡ କରିଥିଲେ । ସାନ ଭାଇର ତୀର ବଡ଼ ଭାଇ ଗୁଲୁଆ ପ୍ରଧାନଙ୍କ ଛାତିରେ ମାଡ ହେବା ଫଳରେ ଘଟଣାସ୍ଥଳରେ ଗୁଲୁଆ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । କାଳିଆପାଣି ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version