Site icon Awaj Media

ରୋହିବାଙ୍କ ସରପଞ୍ଚଙ୍କୁ ଗିରଫ ଦାବିରେ ପ୍ରତ୍ୟୁଷା ଙ୍କ ଥାନାରେ ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ର ବିଜେପି ନେତ୍ରୀ ପ୍ରତୁଷା ରାଜେଶ୍ୱରୀ ସିଂ ଓଡଗାଁ ଆଦର୍ଶ ଥାନାରେ ପହଞ୍ଚି ରୋହିବାଙ୍କ ସରପଞ୍ଚ ମହନ୍ତ ବେହେରା ଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି ! ବାଘୁଆ ଛକଠାରେ ଚପଲ ଦୋକାନ କରିଥିବା ମା ପୁଅଙ୍କୁ ପ୍ଲାଷ୍ଟିକ ପାଇପ୍ ଯୋଗେ ମାଡ ମାରିଥିଲେ ସରପଞ୍ଚ , ଯାହା ଦ୍ୱାରା ୧୮ ବର୍ଷର ବାଳକର ଦେହରେ କ୍ଷତ ହେବା ସହ କାନରେ ମାଡ ବାଜିବା ଦ୍ୱାରା କାନ ଟି ଫାଟିଯାଇ ପ୍ରଚୁର ରକ୍ତ ସ୍ରାବ ହେବା ସହ ସେ ଏବେ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସା ହେଉଛନ୍ତି ।ତେଣୁ ଏସବୁ ବିଷୟରେ ଓଡଗାଁ ପୋଲିସ ସରପଞ୍ଚଙ୍କୁ ଗିରଫ ନ କରିବା ଏବଂ ତାଙ୍କ ବିରୁଧରେ ୩୦୭ ଦଫା ନ ଲଗାଯାଇ ହାତ ଯୋଡି ବସି ରହିଛି । ଏହାକୁ ନେଇ ଥାନାରେ ଅଭିଯୋଗ କରିବା ସହ ଘଟଣା ସମ୍ପର୍କରେ ଥାନାର ସବ ଇନ୍ସପେକ୍ଟର ଚକ୍ରଧର ସିଂଙ୍କ ଠାରୁ ପଚାରି ବୁଝିଥିଲେ । ରାଣୀଙ୍କ ସହିତ ବିଜେପି କର୍ମୀ ନାସିର ଅହମଦ, କୃପାସିନ୍ଧୁ ଗୌଡ଼, ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version