ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : କେନ୍ଦୁଢିପି ନବ ଚୌଧୁରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ଅସଦାଚରଣ ଅଭିଯୋଗରେ କଲେଜ ର ଅଧକ୍ଷ ପ୍ରଦୀପ୍ତ ହାତୀ କିଛିଦିନ ତଳେ ଇଟାମାଟି ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ! ଜାମିନ ନାମଞ୍ଜୁର ହେବା ପରେ ସେ ବିଚାର ବିଭାଗୀୟ ଜେଲ ହାଜତ କୁ ଯାଇଥିଲେ , କିଛି ଦିନ ହେଲା ତାଙ୍କର ଜାମିନ ମଞ୍ଜୁର ହୋଇଛି, ଏହାକୁ ଭିତି କରି କଲେଜ ଛାତ୍ର ଆଜି ଜିଲାପାଳଙ୍କ ନିକଟରେ ପହଂଚି କଲେଜ ଅଧକ୍ଷ ପ୍ରଦୀପ୍ତ ହାତୀ ଙ୍କୁ ନିଲମ୍ବନ କରିବା ଓ ତାଙ୍କ ପରିବର୍ତ୍ତେ କଲେଜ ପାଇଁ ନୂତନ ଅଧକ୍ଷ ନିଯୁକ୍ତି କରିବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି ! ଯଥା ଶୀଘ୍ର କଲେଜ କୁ ବଦନାମ କରୁଥିବା ଅସଭ୍ୟ ଅଧକ୍ଷକ ଙ୍କୁ ନିଲମ୍ବନ କରିବା ନୂତନ ଅଧକ୍ଷ ନିଯୁକ୍ତି କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି !
ଜାମିନ ପାଇଥିବା ଅଧ୍ୟକ୍ଷଙ୍କୁ ନିଲମ୍ବନ ପାଇଁ ଦାବୀ !!!

