ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସଂଶାଇଲୋ ପାଖ ମୁଖ୍ୟ ରାଜପଥ କଡ଼ରେ ଥିବା ମାଇଲି ଖୁଣ୍ଟରୁ ଝୁଲନ୍ତା ବିଲୁଆର ମୃତ ଦେହ ଉଦ୍ଧାର ! ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ସଂଶାଇଲୋ ପାଖ ମୁଖ୍ୟ ରାଜପଥ କଡ଼ରେ ଥିବା ଏକ ମାଇଲି ଖୁଣ୍ଟରେ ଏକ ବିଲୁଆର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । ବିଲୁଆ ଭଳି ବନ୍ୟ ପ୍ରାଣୀକୁ ମାରି ଟଙ୍ଗାଇ ଦେବା କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି । ସୁକିନ୍ଦା ବନ ବିଭାଗ ରେଞ୍ଜର ବିପିନ ବିହାରୀ ରାଉତ ରାୟ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
ରାଜପଥ କଡ଼ରେ ଥିବା ମାଇଲି ଖୁଣ୍ଟରୁ ବିଲୁଆର ଝୁଲନ୍ତା ମୃତଦେହ ଉଦ୍ଧାର !!!

