Site icon Awaj Media

ଅଶୋକଝର ଠାରେ ମହିଳା ପର୍ଯ୍ୟଟକଙ୍କ ଠାରୁ ମୋବାଇଲ ଲୁଟିନେଲେ ଲୁଟେରା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅଶୋକଝର ଠାରେ ମହିଳା ପର୍ଯ୍ୟଟକଙ୍କୁ ମାଡ଼ ମାରି , ଲୁଟେରା ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ପଶ୍ଚିମବଙ୍ଗ ଅଞ୍ଚଳର ରାକେଶ ନସ୍କର ଏବଂ ତାଙ୍କ ପତ୍ନୀ ସୁଷ୍ମିତା ନସ୍କର ପରିବାର ସହ ଆଶୋକଝର ବୁଲିବା ପାଇଁ ଆସିଥିଲେ । ସୁସ୍ମିତା ଆଶୋକଝର ଝରଣା ପାଖରେ ବୁଲାବୁଲି କରୁଥିବା ସମୟରେ ଜଣେ ଅଜଣା ଯୁବକ ତାଙ୍କୁ ଧକା ମାରି ତାଙ୍କ ଠାରୁ ଜୋର ଜବରଦସ୍ତ ମୋବାଇଲ ଛଡ଼ାଇ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲା । ସୁସ୍ମିତା ପରିବାର ସହ ସୁକିନ୍ଦା ଥାନା ଦ୍ଵାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସୁଥିବା ବେଳେ କିଛି ଅସାମାଜିକ ଯୁବକଙ୍କ କାର୍ଯ୍ୟକଳାପ ସ୍ଥାନୀୟ ଅଞ୍ଚଳକୁ କଳଙ୍କିତ କରୁଛି । ପର୍ଯ୍ୟଟନ କ୍ଷେତ୍ର ର ସୁରକ୍ଷା ପ୍ରତି ପୋଲିସ କଡା ନଜର ରଖିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Exit mobile version