ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ବିଗତ କିଛି ଦିନ ଧରି ଗଣମାଧ୍ୟମରେ ବାଇଟ ଠାରୁ ଆରମ୍ଭ କରି ଖବରକାଗଜର ସମ୍ପାଦକୀୟ ପର୍ଯ୍ୟନ୍ତ ସବୁଠି ଶାସକ ଦଳକୁ ଟାର୍ଗେଟ କରି ଚାଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ! ଶେଷରେ ମୁଁହ ଖୋଲିଲେ ନୟାଗଡ ର ପୁରୁଖା ବିଜେଡି ନେତା ଅରୁଣ ସାହୁ ! ସୌମ୍ୟ ରଞ୍ଜନ ବହୁବାର ହାରି ହାରି ଶେଷରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ ବୋଲି କହିଛନ୍ତି । ତେବେ ମନ୍ତ୍ରୀପଦ ନମିଳିବାରୁ ଆଜି ସେ ବିଜୁ ଜନତା ଦଳ ଏବଂ ସରକାରଙ୍କ ବିରୁଦ୍ଧରେ କହୁଥିବା ଅରୁଣ କହିଛନ୍ତି । ସମାଜସେବା କଥା କହୁଥିବା ନେତା ଗତ ୪ ବର୍ଷ ୪ ମାସ ଭିତରେ ଖଣ୍ଡପଡାରେ କଣ ସେବା କରିଛନ୍ତି ସେ ସମ୍ପର୍କରେ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ପଚାରିଲେ ଲୋକ କହିବେ ବୋଲି ସେ କହିଛନ୍ତି । ଏପରିକି ମିଡ଼ିଆ ର ଆଳ ଦେଖାଇ ଦଳକୁ ସୌମ୍ୟରଞ୍ଜନ ବ୍ଲାକମେଲ୍ କରୁଥିବା ସେ ଅଭିଯୋଗ କରିଛନ୍ତି ।
ସୌମ୍ୟ ଙ୍କୁ ପୁରା ଧୋଇଦେଲେ ଅରୁଣ ସାହୁ !!!

