Site icon Awaj Media

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ସ୍ୱାମୀ କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ ମୃତ ମହିଳାଙ୍କ ସ୍ବାମୀ ତ୍ରିଲୋଚନ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳାଙ୍କ ମୃତ୍ୟୁ ନେଇ ମାମଲା ରୁଜୁ ହୋଇଥିବା ବେଳେ , ପାରିବାରିକ ସମସ୍ୟାକୁ ନେଇ ରାଜଗୋଲା ଗ୍ରାମର ତ୍ରିଲୋଚନଙ୍କ ପତ୍ନୀ ସ୍ମୃତିରେଖା ରଶି ଲଗାଇ ଆତ୍ମହତ୍ୟା କରିଥିଲେ ! ତ୍ରିଲୋଚନଙ୍କ ପରିବାର ପୋଲିସକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ସ୍ମୃତିରେଖାକୁ ଯୋଜନା ବଦ୍ଧ ଭାବେ ମାରି ଦିଆଯାଇଥିବା ସ୍ମୃତିରେଖାଙ୍କ ପରିବାର ପକ୍ଷରୁ ସୁକିନ୍ଦା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମୃତ ଦେହ ଜବତ କରିବା ପରେ ସାଇଣ୍ଟୀଫିକ ଟିମ୍ ସହ ଘଟଣାର ତଦନ୍ତ କରିବା ପରେ କେସ ନଂ ୨୦୭/୨୩ରେ ମାମଲା ରୁଜୁ କରି ତ୍ରିଲୋଚନକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Exit mobile version