Site icon Awaj Media

ନାବାଳିକା ଅପହରଣ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ନାବାଳିକା ଅପହରଣ କରିଥିବା ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ ! ସୁକିନ୍ଦା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ପୋଲିସ ପାଟପୁର ଗ୍ରାମ ସିପୁନ ମହାନ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡିଛି । ଗତ ରବିବାର ଦିନ ହୁଡ଼ିସାଇ ଗ୍ରାମର ଜଣେ ନାବାଳିକା ନିଖୋଜ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା ଘଟଣାକୁ ଗମ୍ଭୀରତା ର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ । ସଂପୃକ୍ତ ନାବାଳିକାକୁ ପାଟପୁର ଗ୍ରାମର ଜଣେ ଯୁବକ ଅପହରଣ କରି , ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଂଚଳରେ ରଖିଥିବା ଖବର ପାଇ ପୋଲିସ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଗିରଫ ସିପୁନ କୁ କୋର୍ଟ ଚାଲାଣ କରିଛି ।

Exit mobile version