Site icon Awaj Media

ମାଧପୁରରେ ମାସକର ନିଷ୍ପାପ ଶିଶୁର ସନ୍ଦେହଜନକ ମୃତ୍ୟୁ : ସାଧାରଣରେ ଉଦବେଗ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମାଧପୁରରେ ଏକ ମାସକର ନିଷ୍ପାପ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ମାଧପୁରରେ ମାସକର ନିସ୍ପାପ ଶିଶୁର ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି । ସୁକିନ୍ଦା ପଞ୍ଚାୟତ ମାଧପୁର ଗ୍ରାମ ରଞ୍ଜିତ ହାଇବୃ ଓ ଚାନ୍ଦିନୀ ହାଇବୃଙ୍କ ଏକ ମାସକର ପୁତ୍ର ସନ୍ତାନର ଗୁରୁବାର ସକାଳୁ ଆକସ୍ମିକ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାରୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଶିଶୁଟିର ଓଜନ ଓ ସ୍ଵାସ୍ଥ୍ୟ ଅବସ୍ଥା ପୂର୍ବରୁ ଭଲ ଥିଲେ ମଧ୍ୟ ଆକସ୍ମିକ ମୃତ୍ୟୁ ସାଧାରଣରେ ଉଦବେଗ ସୃଷ୍ଟି କରିଛି ।

Exit mobile version