ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କାମ ପାଇଁ ଖାକି ବାଲା ନିଅନ୍ତି ଲାଞ୍ଚ – ଏହା ଏକ ଅଘୋଷିତ ଆଇନ ! ହେଲେ ଆଜିର ସ୍ମାର୍ଟ ଫୋନ ଯୁଗରେ ଟିକେ ଦେଖି ଚାହିଁ ନେଲେ ହୁଅନ୍ତା ନାହିଁ ! ଖୁଲମଖୁଲା ମାଲ ନେଉଛି ପୋଲିସ । ସୋସିଆଲ ମିଡିଆରେ ହେଲା ଭିଡିଓ ଭାଇରାଲ । କ୍ୟାମେରା ରେ କଏଦ ହେଲେ ବିଶୋଇ ଥାନା ଏଏସଆଇ ଅବଦୁଲ ମତଲିବ ଖାନ । ସୂଚନା ଅନୁସାରେ କୌଣସି ଏକ ମାମଲାରେ କେଶ୍ ରଫାଦଫା ପାଇଁ ଟଙ୍କା ନେଉଥିବା ଦେଖିବାକୁ ମିଳିଛି । ମୟୂରଭଞ୍ଜ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠୁଛି ପ୍ରଶ୍ନ । ତେବେ ଘଟଣା ଟି କିଛିଦିନ ତଳର ବୋଲି ସୂଚନା ମିଳିଥିବା ବେଳେ , ଦୃଶ୍ୟରେ ଥିବା ପୁଲିସ ବାବୁ ଏବେ ବିଶୋଇ ଥାନା ଏଏସଆଇ ଭାବେ କାର୍ଯ୍ୟରତ ।
ସ୍ମାର୍ଟ ଫୋନ ଯୁଗରେ ଟିକେ ଦେଖି ଚାହିଁ ନେଲେ ହୁଅନ୍ତା ନାହିଁ !!!

