Site icon Awaj Media

ବାଲୁଗାଁର ଶ୍ରୀ ମାର୍ବଲସ ସୋ ରୁମ୍ ଉପରେ ଜିଏସଟି ରେଡ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେ ଜିଏସଟି ରେଡ଼ ! ଏକ ମାର୍ବଲ ଦୋକାନୀ ଙ୍କ ଘର ଓ ବାସଭବନ ରେ ସର୍ଚ୍ଚ ଅପରେସନ ଚାଲିଥିଲା । ଅଳ୍ପ କେଇଟା ବର୍ଷ ଭିତରେ ଏତେ ଗୁଡ଼ାଏ ସମ୍ପତି କିପରି ହେଲା ତାହା ବର୍ତମାନ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ! ଘନଶ୍ୟାମ ସ୍ୱାଇଁ ଙ୍କ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଶ୍ରୀ ମାର୍ବଲ ସୋ ରୁମ ସହିତ ବାସଭବନ ସୂର୍ଯ୍ୟନଗର ରେ ରେଡ ହୋଇଛି ! ଘନଶ୍ୟାମ ଙ୍କ ମାର୍ବଲ ଦୋକାନ ଓ ଜମିବାଡ଼ି ଦେଣ ନେଣ ବ୍ୟାପାର ରେ ଅନିୟମିତତା ଏବଂ ଜିଏସଟି ଫାଙ୍କିବା ସୂଚନା ଆଧାରରେ ଖୋର୍ଦ୍ଧା ଜଟଣୀ, ଭୁବନେଶ୍ୱର ଓ କଟକ ରୁ ଛବିଶ ଜଣିଆ ଜିଏସଟି ଟିମ ସହିତ ପ୍ରୋଟେକ୍ସନ ପାଇଁ କିଛି ବନ୍ଧୁକ ଧାରୀ ଫୋର୍ସ ଆସିଥିବା ଦେଖିବାକୁ ମିଳିଥିଲା । ଜିଏସଟି ଅଫିସର ମାନେ ତନ୍ନ ତନ୍ନ କରି ସର୍ଚ୍ଚ ଅପରେସନ ଜାରି ରଖିଥବା ବେଳେ କଣ କଣ ଓ କେତେ ସବୁ ସମ୍ପତି ତାଙ୍କ ନାମରେ ରହିଛି ସେସବୁକୁ ତଦନ୍ତ ଶେଷରେ ଦେବେ ବୋଲି କହିଛନ୍ତି । ବ୍ୟବସାୟୀଙ୍କ ନିଜ ଗ୍ରାମ କୋଦପୁର ରେ ହୋଇଥିବା ବେଳେ ସେ ଅଳ୍ପ କେଇଟା ବର୍ଷ ଭିତରେ ସୂର୍ଯ୍ୟ ନଗରରେ ତିନି ମହଲା ବାସଭବନ ଘର ସହିତ ଭୁବନେଶ୍ୱର, ବାଲୁଗାଁ ସମେତ ଅନେକ ସ୍ଥାନରେ ବ୍ୟବସାୟୀକ ପ୍ରତିଷ୍ଠାନ ସହିତ ଘର ଜାଗା ରହିଛି ଯାହା ସୂଚନା ରହିଛି ।

Exit mobile version