Site icon Awaj Media

ଦୁଇ ଶହ ରୁ ଉର୍ଦ୍ଧ ଲୋକଙ୍କର ଲକ୍ଷାଧିକ ଟଙ୍କା ଠକେଇ ମାମଲା : ମୁଖ୍ୟ ଆସାମୀ ଗିରଫ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଦୁଇ ଶହ ରୁ ଉର୍ଦ୍ଧ ଲୋକଙ୍କର ଲକ୍ଷାଧିକ ଟଙ୍କା ଠକେଇ ମାମଲା , ମୁଖ୍ୟ ଆସାମୀ ଗିରଫ ! ଅନିଲ ସାହୁ ନାମକ ଜଣେ ବ୍ୟକ୍ତି ଲୋକଙ୍କର ଲକ୍ଷାଧିକ ଟଙ୍କା ହଡପ କରିଛି ! ଭୁବନେଶ୍ୱର ରେ ଏକ କମ୍ପାନୀ କରି ସେ ତାର ବାପା ଓ ଭଉଣୀ ସହିତ ମିଶି ଲୋକଙ୍କୁ ମିଛ ସତ କହି , ଲୋକଙ୍କୁ କାମ ଦବ ବୋଲି କହି ଟଙ୍କା ଆଦାୟ କରୁଥିଲା ! ସେ ଟଙ୍କା ସିକ୍ଯୁରିଟି ବାବଦ କୁ ରହିବ ବୋଲି କହୁଥିଲା, ହେଲେ ଦୁଃଖ ର ବିଷୟ କାହାରି କୁ କିଛି କାମ ଦେଲାନି କି ପଇସା ବି ଫେରେଇଲାନି ! ସେ ନେଇ ଇନ୍ଫଫୋଭ୍ୟାଲି ଥାନା ର ଦ୍ୱାରସ୍ଥ ହେବା ପରେ ସୁଦ୍ଧା , ଇନ୍ଫଫୋଭ୍ୟାଲି କୌଣସି ପଦକ୍ଷେପ ନେଲା ନାହିଁ ! ଅନିଲ ସାହୁ ଏବଂ ତାର ପରିବାର ଖୋଲା ରେ ବୁଲିଲେ ! ସମସ୍ତେ ନିରାଶ ହେବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କୁ ଯିବା ପରେ ମୁଖ୍ୟ ଆସାମୀ ଅନିଲ ସାହୁ କୁ ସଦର ଥାନା ଆରେଷ୍ଟ କରିଛି ! ହେଲେ ତାର ଭଉଣୀ ଓ ବାପା ବାହାରେ ବୁଲୁଛନ୍ତି, ଅନ୍ୟ ଲୋକଙ୍କୁ ମତେଇ ଝଗଡା ସୃଷ୍ଟି କରୁଛନ୍ତି ! ତାପଙ୍ଗ ଅଞ୍ଚଳରୁ 5 ଲକ୍ଷ, ନିରାକାରପୁର ରୁ 50 ହଜାର, ନୟାଗଡ ରୁ ଦୁଇଲକ୍ଷ, ବନମାଳୀପୁରରୁ ୨ ହଜାର , ଜଗତସିଂହପୁର ର ନାଉଗାଁ, ଜାମ୍ମୁଦଣ୍ଡା ରୁ ପାଞ୍ଚ ଲକ୍ଷ ଟଙ୍କା, ଇନ୍ଫଫୋଭ୍ୟାଲି ରୁ ଏକ ଲକ୍ଷ ଟଙ୍କା, ପୁରୀ ଡେଲାଙ୍ଗ ରୁ ଅଶୀ ହଜାର ଟଙ୍କା ଉଠାଇଥିଲା ଅଭିଯୁକ୍ତ ! ପ୍ରଶାସନ ଉଚିତ ତଦନ୍ତ କରିଲେ ଗରିବ ଗୁରୁବା ମାନେ ଉପକୃତ ହୋଇ ପାରନ୍ତେ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି !

Exit mobile version