ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଦେଓଗାଁଁ ଗ୍ରାମ ପଥରା ପାହାଡ଼ ରେ ଶ୍ରୀ ଶ୍ରୀ ରାଧାକାନ୍ତ ଦେବ ଙ୍କ ମନ୍ଦିରରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି I ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ମନ୍ଦିର ମୂଖ୍ୟ ଦ୍ଵାର ତାଲା ଏବଂ ମନ୍ଦିର ମୁଖଶାଳାର ଉତ୍ତର ପାର୍ଶ୍ଵ କବାଟର ତାଲା ଭାଙ୍ଗି ମନ୍ଦିର ଭିତରକୁ ପଶି ଦୁର୍ବୁତ୍ତ ମାନେ ଲୁଟି ନେଇଛନ୍ତି I ମନ୍ଦିର ଭିତରେ ଥିବା ଦାନ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେବା ସହିତ ଠାକୁର ଙ୍କର ରୁପାର ଦୁଇଟି କିରଟି ଏବଂ ରୁପାର ଗୋପାଳ ମୂର୍ତ୍ତି ସହିତ ଅନ୍ୟାନ୍ୟ ପିତଳର ପୂଜା ସାମଗ୍ରୀ ଲୁଟି ନେଇଛନ୍ତି I ଏଭଳି ଘଟଣା ଉକ୍ତ ଅଞ୍ଚଳରେ ବାରମ୍ବାର ଘଟୁଥିବାରୁ ଚୋର ମାନଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । କେତେବେଳେ ମହାବିଦ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହେଉଛି ତ ଆଉ କେତେବେଳେ ମୋ ସରକାର ୫ ଟି ଅଧିନସ୍ତ ସ୍କୁଲରେ ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି । ପୂର୍ବରୁ ଗ୍ରାମ ମାନଙ୍କରୁ ମଧ୍ୟ ଦିନ ଦ୍ବିପ୍ରହରେ ଚୋରି ହୋଇଥିବାର ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି । ପୋଲିସର ପାରିବା ପଣିଆକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚୋରି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି ଏବଂ ଲୁଟେରା ମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅସାମାଜିକ କାର୍ଯ୍ୟ କରିବାକୁ ପଛାଉ ନାହାଁନ୍ତି । ଉକ୍ତ ଅଞ୍ଚଳରେ ପୋଲିସ ଏକ ପ୍ରକାର ନିଷ୍କ୍ରିୟ ହୋଇଥିବା ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହ ସ୍ଥାନୀୟ ବାସିନ୍ଦା ମାନେ ଚୋର ମାନଙ୍କୁ ଧରି ଆଇନ କୁ ହାତକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ବୋଲି ମନରେ ସ୍ଥିର କରିଛନ୍ତି ।
ବାଣପୁର ଦେଓଗାଁଁ ପଥରା ପାହାଡ଼ରେ ଥିବା ରାଧାକାନ୍ତ ଦେବ ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟିଲେ ଲୁଟେରା !!!

