Site icon Awaj Media

ମଙ୍ଗଳପୁର ଅଞ୍ଚଳରୁ ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମଙ୍ଗଳପୁର ଅଞ୍ଚଳରୁ ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ ! ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ବାସିନ୍ଦା ସନାତନ ମହାନ୍ତଙ୍କ ମୋବାଇଲ ଚୋରୀ ଘଟଣାରେ କଳିଙ୍ଗନଗର ପୋଲିସ ଡୁବୁରୀ ଛକରୁ ଜଣେ ଯୁବକଙ୍କୁ ଗିରଫ କରି ସୁକିନ୍ଦା ବିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ବାସିନ୍ଦା ସନାତନ ମହାନ୍ତଙ୍କର ମୋବାଇଲ୍ କିଛିଦିନ ତଳେ ଚୋରୀ ହୋଇଥିଲା ! ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସନାତନ ମହାନ୍ତଙ୍କ ମୋବାଇଲକୁ ଟ୍ରାକ କରି ଡୁବୁରି ଛକରେ ରବିନ୍ଦ୍ର ମହାନ୍ତ ସେହି ମୋବାଇଲ ବ୍ୟବହାର କରୁଥିବା ଜାଣି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Exit mobile version