Site icon Awaj Media

ବେଆଇନ ମଦ ଆଡା ଭାଙ୍ଗିଲେ ମହିଳା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକ ଅଧୀନସ୍ଥ ବଡ଼କୂଳ ଓ ଚନ୍ଦ୍ରାପୁଟ ମଝିରେ ଏନଏଚ ରୋଡ଼ ଦୁଇ ପାର୍ଶ୍ଵ ରେ କିଛି ଦିନ ହେଲା କିଛି ବେଆଇନ ଘର ଗଢି ଉଠିଥିବା ବେଳେ ସେହି ଘର ମାନଙ୍କ ଭିତରୁ କିଛି ଘରେ ବ୍ୟାପକ ଭାବେ ବେଆଇନ ଦେଶୀ ଓ ବିଦେଶୀ ମଦ ବେପାର ହେଉଥିବାର ଅଭିଯୋଗ ହେଉଥିଲା ! ଅବକାରୀ ବିଭାଗ ଓ ପୋଲିସ ନିଷ୍କ୍ରିୟ ହୋଇ କେବଳ ଧର୍ମ କୁ ଆଖିଠାର ଭଳି ଅଭିଯୋଗ ଆସିଲେ ପ୍ରବଳ ହାତ ଗୁଂଜା ନେଇ ଲୋକ ଦେଖାଣିଆ ଚଢ଼ାଉ କରି ମାତ୍ର ୨୫ /୩୦ ଲିଟର ମଦ ଜବତ କରାଗଲା ବୋଲି କୋର୍ଟ ରେ ଦର୍ଶାଉ ଥିବାରୁ ମଦ ବେପାରୀ ମାନେ ସହଜରେ କୋର୍ଟ ରୁ ଜାମିନ ପାଇ ଖସି ଯାଇ ପୁଣି ବେପାର ଆରମ୍ଭ କରି ମାଲେ ମାଲ ହେଉଥିଲେ l ଏହି ଦୁଇ ପଞ୍ଚାୟତ ର ଗାଁ ଗାଁ ରେ ଅନେକ ଲୋକ ଏଠାରୁ ମଦ କିଣିନେଇ ପିଇବା , ଘରେ ଘରେ ଅଶାନ୍ତି ର ବାତାବରଣ ସହିତ ରାସ୍ତା ଘାଟ ରେ ପ୍ରତିଦିନ ମାରପିଟ ଓ ଝଗଡା ଲାଗି ରହୁଛି l ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଜନସାଧାରଣ ଙ୍କ ସହିତ ସ୍କୁଲ କଲେଜ ପାଠ ପଢୁଆ ପିଲାମାନେ ଗଲାବେଳେ ମଦୁଆ ମାନ ଙ୍କ ପ୍ରାଦୁର୍ଭାବ ର ଶିକାର ଓ ଝିଅ ବୋହୁ ମାନେ କମେଣ୍ଟ ଶିକାର ହେଉଥିଲେ ! ଏହି ଦୁଇ ପଞ୍ଚାୟତ ର ଅନେକ ମହିଳା ମଙ୍ଗଳବାର ମେଳି ହୋଇ ଅଠର ବାଟିଆ ସରପଞ୍ଚ ଓ ବଡକୂଳ ସରପଞ୍ଚଙ୍କ ଉପସ୍ଥିତ ରେ ଏହି ମଦ ଆଡା ଗୁଡିକ ଉପରେ ଚଢ଼ାଉ କରି ମଦ ଆଡା କୁ ଭାଙ୍ଗିବା ସଙ୍ଗେ ସଙ୍ଗେ ପ୍ୟାକେଟ ହୋଇଥିବା ଦେଶୀ ମହୁଲି ପ୍ୟାକେଟ ଜବତ କରି ସେଠାରେ ଉପସ୍ଥିତ ଥିବା ନାଭାଲ ଫାଣ୍ଡି ଅଫିସର ଙ୍କୁ ମହିଳାମାନେ ଜିମା ଦେଇଥିବା ସୂଚନା ମିଳିଛି l ମହିଳା ମାନଙ୍କ ଚଢ଼ାଉ ରେ କିଛି ମଦ ବେପାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି ।

Exit mobile version