Site icon Awaj Media

ବାଣପୁର ପାରି ନୂଆଗାଁ ଗ୍ରୋସରୀ ଦୋକାନ ରୁ ଚୋରି ଘଟଣା : ଗିରଫ ହେଲା ଚୋର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ପାରି ନୂଆଗାଁ ଛକ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ସୋମବାର ଦିନ ଏକ ଚୋର ଦୋକାନର ଚାବି ତାଡି ଲ୍ୟାପଟପ ସହିତ ଡ୍ର ଭାଙ୍ଗି ନଗଦ ପାଞ୍ଚ ହଜାର ଟଙ୍କାରୁ ଉର୍ଦ୍ଧ ଚୋରି କରି ନେଉଥିବାର ଦୋକାନ ରେ ଲାଗିଥିବା ସିସିଟିଭି ଫୁଟେଜ ରୁ ଜଣା ପଡିଥିଲା । ଘଟଣା ରୁ ପ୍ରକାଶ ଯେ ଗ୍ରୋସରୀ ଦୋକାନୀ ମାଲିକ ଦେବାଶିଷ ବିଶ୍ୱାଳ ଙ୍କ ଘର ଦୋଳମୁଣ୍ଡେଇ ଗ୍ରାମ ହୋଇଥିବା ବେଳେ, ସେ ପାରିନୁଆଁ ଗାଁ ଛକ ନିକଟରେ ଦୁଇ ବର୍ଷ ହେଲା ଦୋକାନ ଦେଇଛନ୍ତି । ସେ ସୋମବାର ଦିନ ରାତି ୯.୩୦ ମିନିଟ ରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଚୋରି ଟି ରାତି ପ୍ରାୟ ଦୁଇ ଘଟିକା ସମୟରେ ଘଟିଥିବା ସି ସି ଟିଭି ଫୁଟେଜ ରୁ ଜଣା ପଡିଛି ! ତେବେ ଏନେଇ ଦୋକାନ ମାଲିକ ଦେବାଶିଷ ବିଶ୍ୱାଳ ମଙ୍ଗଳବାର ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବାଣପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଚୋର କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ବାଣପୁର ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମର ବିଜୟ ପ୍ରଧାନ ଙ୍କ ପୁଅ ଅଜୟ ପ୍ରଧାନ (୨୪) । ଅଭିଯୁକ୍ତ ଜଣଙ୍କ ଆଗରୁ ଦୁଇ ଦୁଇ ଟି ଚୋରି ଘଟଣାରେ ସମୃକ୍ତ ଥିବାର ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।।

Exit mobile version