ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ଜିନ୍ଦଲ କମ୍ପାନୀର ସୁରକ୍ଷା କର୍ମୀଙ୍କ ଗାଡି ମାଲିକଙ୍କ ଉପରେ ଦବଙ୍ଗଗିରି ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିନା କାରଣରେ ୧୦୦୦ ଟଙ୍କା ଲାଞ୍ଚ ନଦେବାରୁ ସୁରକ୍ଷା କର୍ମୀ ଗାଡି ମାଲିକ ଶରତ କୁମାର ଜେନାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିବା ଯଖପୁରା ଥାନାରେ ଅଭିଯୋଗ ହୋଇଛି । ଶରତଙ୍କୁ ଏକ ବନ୍ଦ କୋଠରୀରେ ଦୁଇ ଘଣ୍ଟା କାଳ ଅଟକ ରଖିଥିବା ଏବଂ ମୁଣ୍ଡ ଓ ହାତକୁ ମାଡ ମାରି ଆଘାତ କରାଯାଇଥିବାର ଅଭିଯୋଗ ହୋଇଛି । ଜିନ୍ଦଲ କମ୍ପାନୀର ଅଣଓଡ଼ିଆ ସୁରକ୍ଷା କର୍ମୀଙ୍କ ଏଭଳି ମନମୁଖୀ ଶାସନ ପାଇଁ ଗାଡିମାଲିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯଥାଶୀଘ୍ର ଏହାର ଉଚିତ ତଦନ୍ତ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଗାଡ଼ିମାଲିକ ସଂଘ ପକ୍ଷରୁ କମ୍ପାନୀ ଗେଟ ସମୁଖରେ ଧାରଣା ଦେବାପାଇଁ ଚେତାବନୀ ଦିଆଯାଇଛି । ଏହି ଘଟଣାକୁ ନେଇ ଯଖପୁରା ପୋଲିସ ତଦନ୍ତ ଆରମ୍ଭ କରିଛି ।
ଜିନ୍ଦଲ କମ୍ପାନୀ ନାଁରେ ମହାଭିଯୋଗ : ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ଗୁମର !!!

