Site icon Awaj Media

ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ବାଣପୁର ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଲଟଣ ପଡିଆ ନିକଟସ୍ଥ ଏକ ଭଡ଼ାଘରେ ଘଟିଛି ଏକ ଅଭାବନୀୟ ଘଟଣା । ବାଣପୁର ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ବେକରେ ଲୁଗା ଲଗାଇ ପଲଟଣ ପଡିଆ ନିକଟରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ସୂଚନା ଥାଉକି ପାଖାପାଖି ଦୁଇ ବର୍ଷ ହେବ ଶ୍ରୀ ନାୟକ ବାଣପୁର ବ୍ଲକରେ ନିଯୁକ୍ତି ପାଇଥିଲେ । ଏ ନେଇ ଶ୍ରୀ ନାୟକଙ୍କ ପତ୍ନୀ ବାଣପୁର ପୋଲିସକୁ ସୂଚନା ଦେବାପରେ ଥାନାଧିକାରୀ ରମେଶ ଚନ୍ଦ୍ର ଦେବତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସେ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଏବେ ସନ୍ଦେହ ଘେରରେ ଥିବା ବେଳେ ତଦନ୍ତ ପରେ ମୃତ୍ୟର କାରଣ ଜଣାପଡିବ ।

Exit mobile version